Latest Odisha News

BREAKING NEWS

୧୫ ବର୍ଷ ପରେ ପରସ୍ପରଠୁ ଅଲଗା ହେଲେ ‘ୟେ ରିସ୍ତ କ୍ୟା କେହଲାତା ହେ’ର ଲତା…

ମୁମ୍ବାଇ: ଟିଭି ଧାରାବାହିକ ‘ୟେ ରିସ୍ତ କ୍ୟା କେହଲାତା ହେ’ରେ ଅକ୍ଷରାଙ୍କ ମାଆ ଏବଂ ବାପା ଭୂମିକାରେ ଅଭିନୟ କରିଥିବା ଦମ୍ପତି ଲତା ସବରୱାଲ ଏବଂ ସଞ୍ଜିବ ସେଠ୍ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ-ସ୍ତ୍ରୀ।

କିନ୍ତୁ ଏବେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ଏହି ଦମ୍ପତି ବିବାହର ୧୫ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ଲତା ସବରୱାଲ ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସ୍ପଷ୍ଟ କରିଛନ୍ତି।

ହଠାତ୍ ଏଭଳି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜନ ଶାହୀଙ୍କ ଧାରାବାହିକର ସେଟରେ ଉଭୟ ପ୍ରେମରେ ପଡ଼ିଥିଲେ ଏବଂ ତା’ପରେ ବିବାହ କରିଥିଲେ।  ୧୫ ବର୍ଷର ବିବାହ ପରେ ଏହି ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି।

ଲତା ସବରୱାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଦୀର୍ଘ ନୀରବତା ପରେ, ମୁଁ ଘୋଷଣା କରୁଛି ଯେ ମୁଁ (ଲତା ସବରୱାଲ) ମୋ ସ୍ୱାମୀ (ସଞ୍ଜୀବ ସେଠ୍)ଙ୍କଠାରୁ ଅଲଗା ହୋଇଛି। ମୋତେ ଏକ ସୁନ୍ଦର ପୁଅ ଦେବା ପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞ। ତାଙ୍କ ଭବିଷ୍ୟତ ଜୀବନ ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଦୟାକରି ମୋ ଏବଂ ମୋ ପରିବାରର ଶାନ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ଏ ବିଷୟରେ କୌଣସି ପ୍ରଶ୍ନ ପଚାରନ୍ତୁ ନାହିଁ କିମ୍ବା ଫୋନ୍ କରନ୍ତୁ ନାହିଁ। ଧନ୍ୟବାଦ।’

ଉଲ୍ଲେଖଯୋଗ୍ୟ, ‘ୟେ ରିସ୍ତ କ୍ୟା କେହଲାତା ହେ’ର ସୁଟିଂ ସମୟରେ ଲତା ସବରୱାଲ ଏବଂ ସଞ୍ଜୀବ ସେଠ ପରସ୍ପରର ପ୍ରେମରେ ପଡ଼ିଥିଲେ। ଯାହା ପରେ ଉଭୟ ୨୦୧୦ ମସିହାରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି।

 

Comments are closed.