Latest Odisha News

ଧନଶ୍ରୀ ଓ କ୍ରିକେଟର୍ ଚହଲଙ୍କ “ରଷୋଡେ” ନିଶା !

ଦୁବାଇ: ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ । କ୍ରିକେଟ୍ ପଡିଆ ହେଉ କି ସୋସିଆଲ୍ ମିଡିଆ । ସବୁବେଳେ ନିଜ ଫଲୋଅର୍ସଙ୍କୁ ଏଣ୍ଟରଟେନ୍ କରିବାରେ ସେ ବେଶ ଆଗୁଆ । ଖାସ କରି ଲକ୍‌ଡାଉନ୍ ସମୟରେ ଏହି ଲେଗ୍ ସ୍ପିନର୍ ନିଜ ପରିବାର ଲୋକଙ୍କ ସହ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଥିଲେ ।

କ୍ରିକେଟକୁ ଫେରିବା ପରେ ଚହଲ ନିଷ୍ପତ୍ତି ନେଇଥିଲେ ସୋସିଆଲ ମିଡିଆଠାରୁ ଦୂରେଇ ରହିବେ । ହେଲେ ଚହଲ ପୁଣିଥରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି । ଗୁରୁବାର ନିଜ ଫଲୋଅର୍ସଙ୍କ ପାଇଁ ଚହଲ ରାପର୍ ବନିଥିଲେ । ଲେଟେଷ୍ଟ ଭାଇରାଲ୍ କ୍ଲିପ୍ ରଷୋଡେ ମୈଁ କୌନ ଥାରେ ସେ ନିଜ ସହ ଭାବି ପତ୍ନୀ ଧନଶ୍ରୀଙ୍କୁ ବି ସାମିଲ କରିଥିଲେ ।

ଦୁବାଇରେ ଥାଇ ସୁଦ୍ଧା ଚହଲଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଗୋଟେପଟେ ଭାରତୀୟ ଟିମ୍‌ର କ୍ରିକେଟର୍ ତ ଅନ୍ୟପଟେ ପପୁଲାର ୟୁଟ୍ୟୁବର୍ । ଦୁହିଁଙ୍କୁ ନେଇ ଭିଡିଓଟି ଖୁବ ଦମଦାର ହୋଇପାରିଛି । ଗତମାସ ଚହଲ ଓ ଧନଶ୍ରୀଙ୍କର ଏନଗେଜମେଣ୍ଟ ହୋଇଥିଲାବେଳେ ଏ ନେଇ ସାଥୀ କ୍ରିକେଟର୍‌ମାନେ ଚହଲଙ୍କୁ ଖୁବ ଚିଡାଇଥିଲେ ।

Leave A Reply

Your email address will not be published.