Latest Odisha News

BREAKING NEWS

ଭାରତ ନୁହେଁ ବର୍ତ୍ତମାନ ଏହି ଦେଶ ପାଇଁ ଖେଳିବେ ଷ୍ଟାର ସ୍ପିନର ଚହଲ..

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପରେ ଭାରତୀୟ ଷ୍ଟାର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଏକ ବିଦେଶୀ ଦଳ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆ ଦଳରୁ ବାହାରେ ଥିବା ଚହଲ ଏକ ବିଦେଶୀ ଦଳ ସହ ଚୁକ୍ତି କରିଛନ୍ତି । ସେ ପୂର୍ବରୁ ମଧ୍ୟ ଏହି ଦଳ ପାଇଁ ଖେଳି ସାରିଛନ୍ତି ।

ଭାରତୀୟ ଷ୍ଟାର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ କିଛି ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାଁନ୍ତି। ଚହଲ ୨୦୨୩ ମସିହାରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ଯଦିଓ ସେ ୨୦୨୪ ଟି -20 ବିଶ୍ୱକପ୍ ବିଜେତା ଦଳରେ ଥିଲେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେ କେବଳ ବେଞ୍ଚରେ ବସିଥିଲେ। ବର୍ତ୍ତମାନ ତାଙ୍କୁ ଆଇପିଏଲ୍ ୨୦୨୫ରେ ଖେଳୁଥିବାରୁ ଦେଖିବାକୁ ମିଳିବ । ଏହାପୂର୍ବରୁ ୟୁଜବେନ୍ଦ୍ର ଚହଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲିଗ୍ ଶେଷ ହେବା ମାତ୍ରେ ସେ କ୍ରିକେଟ୍ ଖେଳିବାକୁ ବିଦେଶ ଯିବେ । ଯେଉଁଥି ପାଇଁ ସେ ଏକ ଦଳ ସହିତ ଚୁକ୍ତି କରିଛନ୍ତି।

ଇଂଲଣ୍ଡରେ ଖେଳାଯିବାକୁ ଥିବା କାଉଣ୍ଟି ଚାମ୍ପିଅନସିପରେ ଅଂଶଗ୍ରହଣ କରିବାକୁ ୟୁଜବେନ୍ଦ୍ର ଚହଲ ପୁଣି ଥରେ ପ୍ରସ୍ତୁତ ଅଛନ୍ତି। ଚହଲ ୨୦୨୫ ସିଜନରେ ନର୍ଥମ୍ପଟାୟଶାୟର୍ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ । ସେ ପୂର୍ବରୁ ମଧ୍ୟ ଏହି ଦଳ ପାଇଁ ଖେଳିଛନ୍ତି। ତାଙ୍କର ଚୁକ୍ତିନାମା ଜୁନ୍ ରୁ ୨୦୨୫ ସିଜନର ଅନ୍ତ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ ସେ ୨୦୨୩ମସିହାରେ ଏହି କ୍ଲବରେ ଯୋଗ ଦେଇଥିଲେ।  ସେ ହାରାହାରି ୨୧.୧୦ରେ ଚାରିଟି ମ୍ୟାଚରେ ୧୯ଟି ଚାମ୍ପିଅନସିପ୍ ୱିକେଟ୍ ନେଇଥିଲେ ।  ଏଥି ସହିତ ଏହି କ୍ଲବ ପାଇଁ ତାଙ୍କର ଲିଷ୍ଟ ଏ ଡେବ୍ୟୁ କରି ସେ କେଣ୍ଟ ବିପକ୍ଷରେ ୧୪ ରନ୍ ଦେଇ ୫ ୱିକେଟ୍ ନେଇଥିଲେ।

ପୁଣି ଥରେ ନର୍ଥମ୍ପଟାୟଶାୟରରେ ଯୋଗଦେବା ପରେ ଚହଲ କହିଛନ୍ତି, ‘ଗତ ସିଜନରେ ମୁଁ ଏଠାରେ ମୋ ସମୟକୁ ପୁରା ଉପଭୋଗ କରିଥିଲି, ତେଣୁ ମୁଁ ପୁଣି ଫେରି ଆସିଥିବାରୁ ବହୁତ ଖୁସି ଅଛି। ସେହି ଡ୍ରେସିଂ ରୁମରେ କିଛି ମହାନ ବ୍ୟକ୍ତି ଅଛନ୍ତି, ଏବଂ ମୁଁ ପୁନର୍ବାର ଏହାର ଅଂଶ ହେବାକୁ ଅପେକ୍ଷା ଆଉ କରି ପାରୁ ନାହିଁ । ସିଜନ ଅନ୍ତିମ ଭାଗରେ ଆମେ ସାନଦାର କ୍ରିକେଟ୍ ଖେଳିଥିଲୁ, ତେଣୁ ଆଶା କରୁଛୁ ଆମେ ଏହାକୁ ପୁନରାବୃତ୍ତି କରି କିଛି ବଡ ବିଜୟ ହାସଲ କରିବୁ ।

ଅନ୍ୟପକ୍ଷରେ, ନର୍ଥମ୍ପଟାୟଶାୟରର ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଡାରେନ୍ ଲେହମାନ କହିଛନ୍ତି, ‘ମୁଁ ପ୍ରକୃତରେ ଉତ୍ସାହିତ ଯେ ଦୁନିଆର ଜଣେ ଶ୍ରେଷ୍ଠ ଲେଗ ସ୍ପିନରଙ୍କ ମଧ୍ୟରେ ଜଣେ ଚଳିତ ସିଜନରେ ନର୍ଥମ୍ପଟାୟଶାୟରକୁ ଫେରୁଛନ୍ତି। ସେ ଅମୂଲ୍ୟ ଅନୁଭୂତି ଆଣିବେ ଏବଂ ଜଣେ ଭଲ ମଣିଷ ଯିଏ ଖେଳକୁ ଭଲ ପାଆନ୍ତି । ଜୁନ୍ ମଧ୍ୟଭାଗରୁ ସିଜନର ଶେଷ ପର୍ଯ୍ୟନ୍ତ ତାଙ୍କର ଉପସ୍ଥିତି ଆମ ପାଇଁ ସାନଦାର ହେବ ।

Leave A Reply

Your email address will not be published.