Latest Odisha News

ବଲିଉଡ୍‌କୁ ବାଏ ବାଏ କଲେ ଜାୟରା ୱସିମ

ମୁମ୍ବାଇ: ବଲିଉଡ୍‌କୁ ଅଲବିଦା କହିଛନ୍ତି ଦଙ୍ଗଲ ଚଳଚ୍ଚିତ୍ରରେ ନିଜର ଦମ୍‌ଦାର ଅଭିନୟରେ ସମସ୍ତଙ୍କ ମନ କିଣିଥିବା ଜାୟରା ୱସିମ । ଏଣିକି ସେ ଆଉ କୌଣସି ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ । ଆଗାମୀ କିଛିଦିନ ମଧ୍ୟରେ ମୁକ୍ତିଲାଭ କରିବକୁ ଥିବା ‘ଦ ସ୍କାଇ ଇଜି ପିଙ୍କ୍‌’ ତାଙ୍କର ଶେଷ ଚଳଚ୍ଚିତ୍ର ହେବ ।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟ ଛାଡ଼ିବା ସମ୍ପର୍କରେ ଜାୟରା ସୂଚନା ଦେଇଛନ୍ତି । ସେ ନିଜର ଧର୍ମ କାରଣରୁ ବଲିଉଡ୍‌ ଛାଡୁଥିବା ଏଥିରେ ଉଲ୍ଲେଖ କରିଛନ୍ତି ।

“ମୁଁ ୫ବର୍ଷ ତଳେ ମୁଁ ଏକ ଏଭଳି ନିଷ୍ପତ୍ତି ନେଇଥିଲି, ଯାହା ମୋର ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା । ବଲିଉଡ୍‌ରେ ପାଦ ଦେବା କ୍ଷଣି ଲୋକପ୍ରିୟତା ସହ ମୁଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲି। ଅନେକ ଥର ମୋତେ ଯୁବ ପ୍ରତିଭାଙ୍କ ଆଦର୍ଶ ଭାବେ ଗଣାଯାଇଛି।

ହେଲେ ସଫଳତା ଏବଂ ବିଫଳତାକୁ ନେଇ ମୁଁ ଯେଉଁସବୁ ସ୍ୱପ୍ନ ଦେଖିଥିଲି, ଏସବୁ ତାହା ନ ଥିଲା ।
ସେ ଆହୁରି ଲେଖିଛନ୍ତି, ଆଜି ମୋର ବଲିଉଡ୍‌ରେ ୫ବର୍ଷ ପୂରଣ ହୋଇଗଲା । ବର୍ତ୍ତମାନ ମୁଁ ନିଜର ଏହି ପରିଚୟ ଏବଂ ଯେଉଁସବୁ କାମ କରୁଛି ତାହାକୁ ନେଇ ଖୁସି ନାହିଁ।

ଲମ୍ବା ସମୟ ଧରି ମୋତେ ଏମିତି ଅନୁଭବ ହେଉଛି ଯେପରି ମୁଁ ଆଉ କିଛି ହେବାକୁ ଇଚ୍ଛା କରୁଛି । ଯେଉଁସବୁ ଜିନିଷ ପାଇଁ ମୁଁ ସମୟ ଦେଉଛି, ଯେଉଁସବୁ ପାଇଁ ମୁଁ ପରିଶ୍ରମ କରୁଛି ଏବଂ ଯେଉଁ ଲାଇଫଷ୍ଟାଇଲ ଆପଣାଇବାକୁ ଚେଷ୍ଟା କରୁଛି, ସେସବୁ ଜିନିଷରେ ମୁଁ ସନ୍ତୁଷ୍ଟ ତ ହୋଇପାରିବି, କିନ୍ତୁ ମୁଁ

ଏସବୁ ପାଇଁ ଜନ୍ମ ମୋ ଜନ୍ମ ନୁହେଁ । ଫିଲ୍ମ ଦୁନିଆ ବାସ୍ତବରେ ମୋତେ ବହୁ ଭଲପାଇବା, ସମର୍ଥନ ଏବଂ ପ୍ରଶଂସା ଦେଇଛି। କିନ୍ତୁ ଏହା ମୋତେ ଅଜ୍ଞାନତାର ରାସ୍ତାରେ ନେଇଯାଉଛି। କାରଣ ମୁଁ ଚୁପଚାପ ଏବଂ ଅଜାଣତରେ ଆଲ୍ଲାଙ୍କ ପ୍ରାର୍ଥନାର ମାର୍ଗରୁ ଦୂରେଇ ଯାଇଛି।

ମୁଁ ବାରମ୍ବାର ମୋ ଆତ୍ମା ସହିତ ଲଢ଼ୁଥିଲି। କିନ୍ତୁ ଶେଷରେ ମୁଁ ସବୁବେଳେ ଭାବୁଥିଲି ଯେ, ମୁଁ ନିଜକୁ ବଦଳାଇବି, ଖୁବଶୀଘ୍ର ବଦଳାଇ ଦେବି”।

ଜାୟରାଙ୍କ ଅଚାନକ ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିବାବେଳେ ବଲିଉଡ୍‌ରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.