Latest Odisha News

ପୁଣି ଭାରତ ବିରୋଧୀ ମନ୍ତବ୍ୟ ଦେଲେ ଜାକିର୍ ନାଏକ !

ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର୍ ନାଏକ ଭାରତ ବିରୋଧରେ ପୁନର୍ବାର ବିଷ ଉଗାଳିଛନ୍ତି । ହିନ୍ଦୁ ବିରୋଧୀ ବିବାଦୀୟ ବୟାନ ଯୋଗୁଁ ତାଙ୍କ ସଂଗଠନ ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେସନ୨୦୧୬ରେ ନିଷିଦ୍ଧ ଘୋଷଣା ହେବାପରେ ଜାକିର୍ ମାଲେସିଆକୁ ଖସି ଚାଲିଯାଇଥିଲେ । ତେବେ ମାଲେସିଆର ବାସିନ୍ଦା ଭାବେ ରହି ଏବେ ସେଠାରୁ ଭାରତ ବିରୋଧୀ ବୟାନ ଦେବା ଆରମ୍ଭ କରିଛନ୍ତି ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର୍ । ସେ କହିଛନ୍ତି ଯେ, ଭାରତ ମୁସଲମାନ ବହୁଳ କାଶ୍ମୀରକୁ ପାଲେଷ୍ଟାଇନ କରିବାକୁ ଚେଷ୍ଟା କରୁଛି ।

ଜାକିର୍ ମାଲେସିଆ ରାଜଧାନୀ କ୍ୱାଲାଲୁମ୍ପୁରରେ ରହି ସମୟ ସମୟରେ ଭାରତ ଓ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରିଥାଆନ୍ତି ।

ଖାଲି ସେତିକି ନୁହେଁ, ଏହି ବିବାଦୀୟ ପ୍ରବଚକ କହିଛନ୍ତି ଯେ, ଭାରତୀୟ ସେନା ଏବେ କାଶ୍ମୀର ଯୁବକମାନଙ୍କୁ ଧରିନେଇ ଅଜଣା ଜେଲରେ ରଖି ଅକଥନୀୟ ଯନ୍ତ୍ରଣା ଦେଉଛି । ଇସ୍ରାଏଲ ଭାରତକୁ ଏସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଉଥିବା କଥା କହିଛନ୍ତି ଜାକିର୍ ନାଏକ ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ବିବାଦୀୟ ଇସ୍ଲାମିକ ପ୍ରବଚକ ଭାରତରେ ଥିବା ସମୟରେ ଏକ ଟିଭି ଚ୍ୟାନେଲ୍ ମାଧ୍ୟମରେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଉଥିଲେ । ତାଙ୍କର ସଂଗଠନକୁ ନିଷିଦ୍ଧ ଘୋଷଣା କରିଦେବା ପରେ ସେ ମାଲେସିିଆ ଚାଲିଯାଇଥିଲେ । ଏବେ ରୁଷିଆରେ ଅନୁÂିତ ହୋଇଥିବା ଜି-ଶିଖର ସମ୍ମିଳନୀ ଅବସରରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାକିର୍ ନାଏକ ପ୍ରତ୍ୟର୍ପଣ ବିଷୟ ଉତଥାପନ କରିଥିଲେ । ଭାରତୀୟ ବୈଦେଶିକ ବ୍ୟାପାର ଅଧିକାରୀ ମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଜାକିରକୁ ଭାରତ ପ୍ରତ୍ୟର୍ପଣ ନିମନ୍ତେ ମାଲେସିଆର ବିଭାଗୀୟ ଅଧିକାରୀ କଥାବାର୍ତ୍ତା ଜାରି ରଖିଛନ୍ତି ।

ଭାରତ ଓ ମାଲେସିଆ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧି ଘଟି କୂଟନୈତିକ ସ୍ତରରେ ବୈଠକ ଅନୁÂିତ ହେଲେ ଏହି ବିବାଦୀୟ ଇସ୍ଲାମିକ ପ୍ରବଚକ ଭାରତକୁ ପ୍ରତ୍ୟର୍ପଣ ହେବାରେ ଅଧିକ ସମୟ ଲାଗିବ ନାହିଁ ବୋଲି କୂଟନୀତି ବିଶାରଦମାନେ ଆଶା ପ୍ରକାଶ କରିଛନ୍ତି ।

Comments are closed.