Latest Odisha News

BREAKING NEWS

ଦୋହା ବିଶ୍ୱ ଚାମ୍ପିୟନସିପ: ଦୂତୀ ଭାଗନେବା ନେଇ ସ୍ପଷ୍ଟ କଲା ‘ଏଏଫଆଇ’

ଭୁବନେଶ୍ୱର: ବହୁ ଦ୍ୱଦ୍ୱ ଓ ଆଶଙ୍କା ମଧ୍ୟରେ ଥିବା ଓଡ଼ିଆ ସ୍ପି୍ରଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କ ଦୋହା ବିଶ୍ୱ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ନିଷ୍ପତ୍ତି ଆଜି ଚୂଡ଼ାନ୍ତ କରିଛି ଆଥଲେଟିକ୍ସ ପେଡେ଼ରେସନ ଅଫ ଇଣ୍ଡିଆ (ଏଏଫଆଇ) । ଦୌଡ଼ରାଣୀ ଦୂତି ଚାନ୍ଦ ଦୋହା ବିଶ୍ୱ ଚାମ୍ପିୟନସିପରେ ଭାଗ ନେବା ନିଶ୍ଚିତ ହେଲା । ଏହି ଖୁସି ଖବର ସମଗ୍ର ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କୁ ଉଲ୍ଲସିତ କରିପାରିଛି । ଏହି ସମ୍ମାନଜନକ ଦୌଡ଼କୁଦ ପ୍ରତିଯୋଗିତା କାତାରର ଦୋହାଠାରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛିି ।

ଏସମ୍ପର୍କରେ ଏଏଫଆଇ କର୍ତ୍ତୃପକ୍ଷ ସୂଚନାଦେଇ କହିଛନ୍ତି ଯେ, ଦୂତୀ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ସୋମବାର ଦିନ (ସେପ୍ଟେମ୍ବର ୯) ଆଇଏଏଫ ଚୟନ କମିଟି ଏକ ୨୫ ଜଣିଆ ଜାତୀୟ ଦଳ ଘୋଷଣା କରିଛନ୍ତି । ଏଥିରେ ସମୁଦାୟ ୧୬ ଜଣ ପୁରୁଷ ଆଥଲେଟ ଏବଂ ୯ ଜଣ ମହିଳା ଆଥଲେଟ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ଦୋହାଠାରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଦୂତି ଚାନ୍ଦ ୧୦୦ ମିଟର ସ୍ପ୍ରଣ୍ଟରେ ଭାଗ ନେଉଥିବା ବେଳେ ଅର୍ଚ୍ଚନା ସୁସିନ୍ତ୍ରାନ ୨୦୦ ମିଟର ମହିଳା ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଦୂତି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ମଧ୍ୟ ଏଏଫଆଇ ବହୁ ପରେ ଏହା ଘୋଷଣା କରିଥିଲେ ।

Leave A Reply

Your email address will not be published.