Latest Odisha News

‘ଜରା ହଟକେ ଜରା ବଚକେ’କୁ ମିଳୁଛି ଭଲ ରେସପନ୍ସ, ୫ଦିନରେ କଲାଣି ଏତିକି ଆୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବକ୍ସ ଅଫିସରେ ବିକି କୌଶଲ ଓ ସାରା ଅଲି ଖାନଙ୍କ ଫିଲ୍ମ ‘ଜରା ହଟକେ ଜରା ବଚକେ’କୁ ମିଳୁଛି ଭଲ ରେସପନ୍ସ। ଚଳଚ୍ଚିତ୍ରଟି ରିଲିଜ ହେବାର କିଛି ଦିନ ମଧ୍ୟରେ ଭଲ ରୋଜଗାର କରିଛି। ୱିକେଏଣ୍ଡ ଅପେକ୍ଷା ସୋମବାର ଓ ମଙ୍ଗଳବାର ଫିଲ୍ମର ରୋଜଗାରରେ ହ୍ରାସ ଘଟିଛି। ଏହା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଛି। ‘ଦ କେରଳା ଷ୍ଟୋରୀ ‘ ଏବଂ ‘ସ୍ପାଇଡର୍-ମ୍ୟାନ୍: ଅକ୍ରୋସ ଦ ସ୍ପାଇଡର୍-ଭର୍ସ’ ଚଳଚ୍ଚିତ୍ର ବକ୍ସ ଅଫିସରେ ଚାଲିଥିବା ସତ୍ତ୍ୱେ ‘ଜରା ହଟକେ ଜରା ବଚକେ’ ଏହି ପ୍ରତିଯୋଗିତାରେ ସାମିଲ ହୋଇପାରିଛି।

ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ କମେଡି ଫିଲ୍ମ ଜରା ହଟକେ ଜରା ବଚକେରେ ବିକି ଏବଂ ସାରା ପ୍ରଥମଥର ପରଦାରେ ନଜର ଆସିଛନ୍ତି। ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରି ଚମତ୍କାର ରହିଛି ଏବଂ ଦର୍ଶକମାନେ ସେମାନଙ୍କର ଅନସ୍କ୍ରିନ ଯୋଡିକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି। ଏହା ସହିତ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି। ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ପଞ୍ଚମ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାରର ଆୟ ପରିମାଣ ମଧ୍ୟ ଆସିସାରିଛି।

ଟ୍ରଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ‘ଜରା ହଟକେ ଜରା ବଚକେ’ ରିଲିଜ୍ ହେବାର ପଞ୍ଚମ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ ୩.୮୭ କୋଟି ବ୍ୟବସାୟ କରିଛି। ଅନ୍ୟପକ୍ଷରେ ଏହି ଫିଲ୍ମ ସୋମବାର ୪.୧୪ କୋଟି ରୋଜଗାର କରିଥିଲା। ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ ୩୦.୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଫିଲ୍ମ ‘ଜରା ହଟକେ ଜରା ବଚକେ’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଲୋକେ ଫିଲ୍ମର ଗୀତଗୁଡ଼ିକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି। କାହାଣୀ ବିଷୟରେ କହିବାକୁ ଗଲେ ଦୁଇ ଜଣ କଲେଜ ପ୍ରେମୀ ଯୁଗଳ କପିଲ (ବିକି କୌଶଲ) ଏବଂ ସୌମ୍ୟା (ସାରା ଅଲି ଖାନ) ପରସ୍ପରଙ୍କୁ ପ୍ରେମ କରନ୍ତି। ଉଭୟ ବିବାହ କରନ୍ତି କିନ୍ତୁ ବିବାହ ପରେ ସେମାନେ ରୋମାନ୍ସ କରିବା ପାଇଁ ପ୍ରାଇଭେସି ପାଆନ୍ତି ନାହିଁ। ତେଣୁ ସେମାନେ ନିଜ ପରିବାରଠାରୁ ଦୂରେଇ ରହିବା ପାଇଁ ଚିନ୍ତା କରନ୍ତି। କପିଲ ଓ ସୌମ୍ୟା ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ମାଧ୍ୟମରେ ଏକ ଗୃହ ପାଇବାକୁ ଚେଷ୍ଟା କରନ୍ତି। ତେବେ ଏଥିପାଇଁ ଯୋଗ୍ୟ ହେବାକୁ ହେଲେ ସେମାନଙ୍କୁ ଛାଡପତ୍ର ଦେବାକୁ ପଡେ। ଏହା ପରେ ଫିଲ୍ମରେ ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍ ଦେଖିବାକୁ ମିଳିଛି।

Comments are closed.