Latest Odisha News

BREAKING NEWS

ନୂଆବର୍ଷରେ ଜି ସାର୍ଥକର ଭେଟି; ଦର୍ଶକଙ୍କ ପାଇଁ ୩ ମେଗା ଧାରାବାହିକ

ଭୁବନେଶ୍ଠର: ନୂଆବର୍ଷରେ ଜି ସାର୍ଥକର ନୂଆ ଭେଟି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସୁଛି ୩ ମେଗା ଓଡ଼ିଆ ଧାରାବାହିକ  । ନୂଆ ବର୍ଷରେ ଏକାଥରକେ ୩ଟି ନୂଆ ଧାରାବାହିକ ଦେଖିବେ ଦର୍ଶକ  । ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ  ୩ଟି ନୂଆ ମେଗା ଧାରାବାହିକ ଆସିଛି ।

ତିନି ଧାରାବାହିକ ହେଉଛି” ମୁଁ ଵି ବିଜୟିନୀ “, ତୁ ଖରା ମୁଁ ଛାଇ ” ଓ “ଖୁସିର ଛୁଙ୍କ ” । ତେବେ କ’ଣ ରହିଛି ଏହାର ସମୟ, କିଏ ଅଭିନେତା ଆସନ୍ତୁ ଜାଣିବା ।

ଜି ସାର୍ଥକ ଟେଲିଭିଜନରେ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ ଏହି ତିନି ଧାରାବାହିକ । ପ୍ରତେକ ସପ୍ତାହର ସୋମବାରରୁ ଶନିବାର ଏହି ଧାରାବାହିକକୁ ଦର୍ଶକ ଦେଖିପାରିବେ ।  ସନ୍ଧ୍ୟା ୬.୩୦ ମିନିଟରେ ମୁଁ ଵି ବିଜୟିନୀ, ରାତି ୮.୩୦ ମିନିଟରେ ” ତୁ ଖରା ମୁଁ ଛାଇ ” ଓ ରାତି ୯ ଟାରେ ପ୍ରସାରିତ ହେବ ” ଖୁସିର ଛୁଙ୍କ ” ।   ଏ ନେଇ ଜି ସାର୍ଥକ ଟିମ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରର ଏକ ତାରକା ହୋଟେଲ ଏହି ୩ ଟି ଧାରାବାହିକର ପ୍ରମୋ ଓ ପୋଷ୍ଟର ରିଲିଜ କରାଯାଇଛି । ଜି ସାର୍ଥକର ଚାନେଲ ମୁଖ୍ୟ ପ୍ରତୀକ ସିଲ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଦ୍ୟୁମ୍ନ ଶତପଥୀ, କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ବହୁ କଳାକାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଏହି ୩ଟି ଧାରାବାହିକରେ ଅଭିନେତା ଭାବେ ଆକାଶ, ବିଜୟ, ରଞ୍ଜନ ପଣ୍ଡା ଓ ତୁଷାର ଥିବାବେଳେ ଅଭିନେତ୍ରୀ ଭାବେ ଦେବୀକା, ରାଧିକା, ସ୍ମୃତି, ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ।   ଓଡ଼ିଆ ଦର୍ଶକଙ୍କ ରୁଚି ଓ ପସନ୍ଦ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ନୂଆବର୍ଷରେ  ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା ରଖିଛନ୍ତି ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ ।

 

Leave A Reply

Your email address will not be published.