Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ବିଜେ କରିଥିବା ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ନାରାୟଣ ଓ ବାଡ଼ିନୃସିଂହଙ୍କ ବିଷୟରେ ଆଲୋଚନା କରିବା ପୂର୍ବରୁ କିଛି ଭକ୍ତଙ୍କ ପ୍ରଶ୍ନର ସମାଧାନ କରିନେବା।

ପ୍ରଶ୍ନଟି ଏହିପରି : ଯଦି ଶ୍ରୀଜୀଉମାନଙ୍କ ବିଶାଳତା ଦୃଷ୍ଟିରୁ ଯାନିଯାତ୍ରାରେ ଚଳନ୍ତି ପ୍ରତିମା ଙ୍କ ଆବଶ୍ୟକତା ପଡୁଛି, ତେବେ ଗୋଟିଏ ବା ଅତିବେଶୀରେ ତିନୋଟି ବିଗ୍ରହ (ତିନି ଠାକୁରଙ୍କ ପାଇଁ )ନ ରଖି ବିଭିନ୍ନ ନାମରେ ବିଭିନ୍ନ ବିଗ୍ରହ ରଖିବାର ଆବଶ୍ୟକତା କ’ଣ?

ଏହାର କୌଣସି ସଠିକ କାରଣ ଶାସ୍ତ୍ରରେ ଉପଲବ୍ଧ ନୁହେଁ। କିନ୍ତୁ ଏତିକି କୁହାଯାଇ ପାରେ ଯେ ଯେପରି ସନାତନ ଧର୍ମରେ ପରଂବ୍ରହ୍ମଙ୍କୁ ଅନେକ ରୂପରେ, ଅନେକ ନାମରେ ପୂଜା କରାଯାଏ। ସେହିପରି ଯାନିଯାତ୍ରାର ଆବଶ୍ୟକତା ଦୃଷ୍ଟିରୁ, ଭିନ୍ନ ଭିନ୍ନ ଚଳନ୍ତି ପ୍ରତିମାଙ୍କ ଉପlସନା କରାଯାଏ। ଅନ୍ୟ ଏକ ସମ୍ଭାବିତ ଉତ୍ତର ଏହା ବି ହୋଇପାରେ ଯେ ବିଭିନ୍ନ ସେବକ (ରାଜା, ମନ୍ତ୍ରୀ ଅବା କୁଳଗୁରୁ ଇତ୍ୟାଦି )ନିଜର ଆରାଧ୍ୟଙ୍କ ପ୍ରତିମା ପ୍ରଚଳନ କରାଇବା ପାଇଁ ଏହିପରି ବ୍ୟବସ୍ଥା କରିଥାଇପାରନ୍ତି । ସେ ଯାହାବି ହେଉ ଏତିକି ଜଣାନ୍ତୁ ଭିନ୍ନ ନାମ ଭିନ୍ନ ରୂପ କେବଳ ଭକ୍ତଙ୍କ ନିଜସ୍ୱ ପରିକଳ୍ପନା କିନ୍ତୁ ଭଗବାନ ସବୁ କ୍ଷେତ୍ରରେ ସମାନ ଓ ଅଭିନ୍ନ।

ଦୋଳ ପୂର୍ଣ୍ଣିମା ଦୋଳ ଗୋବିନ୍ଦ ଦୋଳ ବେଦିରେ ଉପସ୍ଥିତ ହୁଅନ୍ତି ଓ ଭକ୍ତଙ୍କ ସହ ଅବିର ଖେଳନ୍ତି। ସେହିପରି ନାରାୟଣ ଚଳନ୍ତି ପ୍ରତିମା ହିସାବରେ କେବଳ ଆଷାଢ଼ ଅମାବାସ୍ୟାକୁ ଛାଡି ପ୍ରତି ଅମାବାସ୍ୟାରେ ରାତିରେ ସାଗର ବିଜେ କରନ୍ତି। ଏହି ସମୟରେ ସ୍ୱର୍ଗ ଦ୍ୱାର ସନ୍ନିକଟ ସମୁଦ୍ରକୁ ବିଜେ କରି ସେଠାରେ ଶୀତଳ ମଣୋହି, ପନ୍ତି ଭୋଗ, ଓ ବନ୍ଦାପନା ନୀତିରେ ଅଂଶ ଗ୍ରହଣ କରନ୍ତି। ଅମାବାସ୍ୟାରେ ବିଜେ କରୁଥିବାରୁ ଏହାଙ୍କୁ ଅମାବାସ୍ୟା ନାରାୟଣ ମଧ୍ୟ କୁହାଯାଏ। ଏହାଙ୍କର ମୂର୍ତ୍ତି ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ। କାରଣ ବିଗ୍ରହଙ୍କ ମୁଖ ନୃସିଂହଙ୍କ ଭଳି। ବକ୍ଷ ଶ୍ରୀରାମଙ୍କ ଭଳି ଓ ଅଙ୍ଗ ସୌଷ୍ଟବ ଶ୍ରୀକୃଷ୍ଣଙ୍କ ପରି । ଏବେ କୁହନ୍ତୁ ଏହା ଭକ୍ତର ନିଜସ୍ୱ ପରିକଳ୍ପନା କି ନୁହେଁ। ସେହିପରି ବାଡ଼ିନୃସିଂହଙ୍କ ବିଷୟରେ ଜାଣିବା ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରlବଣ କୃଷ୍ଣ ନବମୀରେ ଶ୍ରୀକ୍ଷେତ୍ରରେ ରହିଥିବା ଚାରି ଆଶ୍ରମ ଯଥା ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଆଶ୍ରମ ଭ୍ରମଣ କରିଥାନ୍ତି। ଏହା ନୃସିଂହ ବିଗ୍ରହ, କିନ୍ତୁ ବାଡ଼ି, (ହଇଜା ମହାମାରୀ )ବିନାଶ ପାଇଁ ସେ ବାହାରୁ ଥିବାରୁ ତାଙ୍କରି ଏହି ବିଚିତ୍ର ନାମ ବାଡ଼ି ନୃସିହ। ନବକଳେବର ସମୟରେ କୋଇଲି ବୈକୁଣ୍ଠରେ ଦାରୁନ୍ୟାସ ମଣ୍ଡପରେ ମଧ୍ୟ ବିରାଜମlନ କରନ୍ତି ।
ଆଗାମୀ ଅଧ୍ୟାୟରେ ଅନ୍ୟ ବିଗ୍ରହମାନଙ୍କ ସମ୍ପର୍କରେ ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ଯେବେ ସକଳ ଭୁତେ ଏକେ
ମୁଁ ବସିଥିଲା ପ୍ରାୟେ ଦେଖେ।
କାମ ନ ରହେ ତାର ଦେହେ
ସଂସାରୁ ତରେ ଏ ଉପlୟେ ।
ସଂଶୟ ଗ୍ରନ୍ଥି ତାର ହୃଦେ
ମୁହିଁ ଛେଦଇ ଅପ୍ରମାଦେ ।
ସକଳ କର୍ମ ତତକ୍ଷଣେ
ଦହଇ ମୋର ସୁମରଣେ ।
ମୁହିଁ ଅଖିଳ ଆତ୍ମା ଅଟେ
ମୋର ଦର୍ଶନେ ସର୍ବ ତୁଟେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.