ଜେଲେନସ୍କିଙ୍କ ବଡ଼ ବୟାନ: ଆଲୋଚନା ପାଇଁ ପୁଟିନ ରାଜି ନହେଲେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ
ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଲେ ଜେଲେନସ୍କି
ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । ମିସାଇଲ୍, ରକେଟ୍ ଓ ଟ୍ୟାଙ୍କ ମାଡ଼ରେ ୟୁକ୍ରେନର ଅନେକ ସହର ଛାରଖାର ହୋଇ ଗଲାଣି । ବହୁ ଜୀବନ ବି ଗଲାଣି । ଯୁଦ୍ଧ ଲମ୍ବୁଥିବା ବେଳେ ଭୟାବହ ସ୍ଥିତି ବି ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ।
ଜେଲେନସ୍କି କହିଛନ୍ତି, ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପାଇଁ ସେ ପ୍ରସ୍ତୁତ । ଯଦି ସେ ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ୨୬ ଦିନ ଯୁଦ୍ଧରେ ବହୁ କ୍ଷୟକ୍ଷତି ହେଲାଣି । କଥାବାର୍ତ୍ତା ପାଇଁ ଉଦ୍ୟମ ବିଫଳ ହେଲେ ଏହା ନୂଆ ବିଶ୍ୱଯୁଦ୍ଧ ସୃଷ୍ଟି କରିବ ବୋଲି ଚେତେଇ ଦେଇଛନ୍ତି ଜେଲେନସ୍କି ।
Comments are closed.