Latest Odisha News

BREAKING NEWS

ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି, ‘ଯୁଦ୍ଧ ବନ୍ଦ ନେଇ ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ’

ୱାଶିଂଟନ: ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି । ସୋମବାର ଉଭୟଙ୍କ ମଧ୍ୟରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଯଦି ସବୁ ଠିକ୍‌ ଚାଲେ ତାହେଲେ ତ୍ରିପାକ୍ଷିକ ବୈଠକ ହେବ ବୋଲି କହିଲେ ଟ୍ରମ୍ପ୍‌ । ଏଥିପାଇଁ ଆମେ ରୁଷିଆ ଓ ୟୁକ୍ରେନ୍‌ ସହ ଏକାଠି କାମ କରିବାକୁ ଯାଉଛୁ ବୋଲି ଟ୍ରମ୍ପ୍‌ କହିଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ୟୁକ୍ରେନବାସୀ ଯୁଦ୍ଧ ପାଇଁ ଅନେକ ଦୁର୍ଦ୍ଦଶା ଭୋଗିଲେଣି । ୩ ଦିନ ପୂର୍ବେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ । ପୁଟିନ୍‌ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଚାହୁଁଛନ୍ତି ବୋଲି ଜେଲେନସ୍କିଙ୍କୁ ଅବଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଯୁଦ୍ଧ ବନ୍ଦ ହେଲେ ୟୁକ୍ରେନକୁ କେବଳ ଆମେରିକା ନୁହେଁ, ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ସୁରକ୍ଷା ଯୋଗାଇଦେବେ ।

ତେବେ ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବ୍ୟତୀତ ଟ୍ରମ୍ପ ଅନେକ ପ୍ରମୁଖ ୟୁରୋପୀୟ ନେତାଙ୍କୁ ମଧ୍ୟ ଭେଟିଥିଲେ । ୟୁରୋପୀୟ ନେତା ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ୟୁନାଇଟେଡ କିଙ୍ଗଡମ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର୍‌ ଲେଏନ ଏବଂ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କଙ୍କ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ଟ୍ରମ୍ପ୍‌ ।

Comments are closed.