ଭୁବନେଶ୍ୱର: ମହାମାରୀ ଆରମ୍ଭ ହେବା ଦିନଠୁ କୋଟି କୋଟି ଲୋକଙ୍କ ଜୀବନ ଗଲାଣି। ଅନେକ ପରିବାର ବେସାହାରା ହୋଇପଡ଼ିଥିବା ବେଳେ କେତେକ ରୋଜଗାର ହରାଇ ବସିରହିଛନ୍ତି। ସମଗ୍ର ବିଶ୍ବକୁ ମହାମାରୀ ଗ୍ରାସ କରିଥିବା ବେଳେ ଏକ ଚମତ୍କାର ଖବର ସାମ୍ନାକୁ ଆସିଛି।
ଗଲା ୨ ବର୍ଷ ଧରି ମହାମାରୀ ଲୋକଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିବା ବେଳେ ଓଡିଶାର ଗଞ୍ଜାମ ଜିଲ୍ଲାର ଏହି ଗାଁକୁ ଏଯାଏ ପଶିପାରିନି କରୋନା। ଏଠାରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ।
ଏହି ଗାଁ ହେଉଛି ଖଲିକୋଟ ବ୍ଲକର ଦାନାପୁର ପଞ୍ଚାୟତର କରଞ୍ଜରା ଗାଁ। ଏହି ଗାଁର ଜନସଂଖ୍ୟା ପ୍ରାୟ ୧,୨୩୪। ତେବେ ପ୍ରଶାସନ ଗାଁର ୩୨ ଜଣ ଲୋକଙ୍କୁ ନେଇ କୋଭିଡ୍ ପରୀକ୍ଷା କରିଥିଲା ଏବଂ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା।
ଏହା ବ୍ୟତୀତ ନୟାଗଡ଼, ଗଞ୍ଜାମ ଏବଂ କେନ୍ଦୁଝର ଜିଲ୍ଲାର କେତେକ ଗାଁ ମଧ୍ୟ ଏବେ ବି କରୋନା ମୁକ୍ତ ଅଛି। ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ପାଟିଆ ଗ୍ରାମ ପଞ୍ଚାୟତର ଗୋଡାସାହୀ, ଗଛପତ୍ର, କୁସୁପାଲା, ଗିରିନ୍ଦା, କେନ୍ଦୁଆ ଏବଂ କଣ୍ଟାସିରିର ୬ଟି ଗାଁର ବାସିନ୍ଦା ଏପର୍ଯ୍ୟନ୍ତ କରୋନାଭାଇରସ୍ ଦ୍ବାରା ପ୍ରଭାବିତ ହୋଇନାହାଁନ୍ତି।
Comments are closed.