Latest Odisha News

BREAKING NEWS

ପ୍ରଥମ ଦିନରେ ଗଣିଲେ ମୋଟା ଅଙ୍କର ତଣ୍ଡ; ଟ୍ରକକୁ ୧ଲକ୍ଷ ୧୦ହଜାରର ଜରିମାନା

ରାୟଗଡା: ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଯାନବାହାନର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ନୂଆ ମୋଟରଯାନ ଆଇନକୁ ୩ ମାସ କୋହଳ କରିଥିଲେ ରାଜ୍ୟ ସରକାର । ତେବେ ଆଜିଠାରୁ ଏହା ପୁଣି ଥରେ କଡାକଡି କରାଯାଇଛି । ଗାଡି କାଗଜପତ୍ର କରିବାକୁ ଯଥେଷ୍ଟ ସମୟ ମିଳିଥିଲେ ସୁଦ୍ଧା ଲୋକ ଏହାକୁ ଗମ୍ଭୀରତାର ସହ ନେଇ ନାହାଁନ୍ତି । ରାୟଗଡାରେ ଏହାର ଉଦାହରଣ ଦେଖିବାକୁ ମିଳିଛି ।

ରାୟଗଡାର ଏକ କାଠ ବୋଝେଇ ଟ୍ରକ୍ କୁ ୧ଲକ୍ଷ ୧୦ହଜାର ୮୦୦ଟଙ୍କାର ଫାଇନ ହୋଇଛି । ଟ୍ରକ ଟି ରୋଡ ଟ୍ୟାକ୍ସ ଦେଇ ନଥିବା ସହ ପରମିଟ୍ ଲାଇସେନ୍ସ ନଥିବାରୁ ମୋଟା ଅଙ୍କର ଜରିମାନା ଗଣିଛି । ଟ୍ରକ ଟି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ବି ସୁରୀବାବୁଙ୍କ ନାଁରେ ରହିଥିବା ଜଣାପଡିଛି ।

Comments are closed.