Latest Odisha News

BREAKING NEWS

ଖାଦ୍ୟ ସଙ୍କଟରେ ଜିମ୍ବାୱେ; ୨୦୦ ହାତୀଙ୍କ ମାଂସ ଜନତାଙ୍କୁ ଦିଆଯିବ

ଜିମ୍ବାୱେ: ଜିମ୍ବାୱେରେ ସବୁଠାରୁ ଭୟଙ୍କର ମରୁଡ଼ି ଦେଖାଦେଇଛି। ସ୍ଥିତି ଏଭଳି ଯେ ଲୋକଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ। ଫଳରେ ୨୦୦ ହାତୀକୁ ହତ୍ୟା କରାଯିବ ଏବଂ ସେମାନଙ୍କର ମାଂସ ମଣିଷମାନଙ୍କୁ ଖାଇବାକୁ ଦିଆଯିବ ବୋଲି ବନ୍ୟଜନ୍ତୁ ଅଧିକାରୀ ପ୍ରକାଶ କରିଛନ୍ତି।

ଏଲ ନିନୋ କାରଣରୁ ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ପ୍ରାୟ ୬.୮୦ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସମଗ୍ର ଅଞ୍ଚଳରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି। ଜିମ୍ବାୱେ ପାର୍କ୍ସ ଆଣ୍ଡ ୱାଇଲ୍ଡ ଲାଇଫ୍ ଅଥରିଟିର ମୁଖପାତ୍ର ତିନାସେ ଫାରାଭୋ କହିଛନ୍ତି ଯେ ଆମେ ସୁନିଶ୍ଚିତ କରିବୁ ଯେ ଅଧିକାରୀ ୨୦୦ ହାତୀଙ୍କୁ ହତ୍ୟା କରିବେ।

ହାତୀ ମାଂସକୁ ଅତ୍ୟଧିକ ମରୁଡି ପ୍ରବଣ ସମ୍ପ୍ରଦାୟକୁ ପଠାଯିବ।ବିଶେଷକରି ହ୍ୱାଙ୍ଗେ, ମାବିରେ, ଶୋଲୋଶୋ ଏବଂ ଚିରେଜି ଜିଲ୍ଲାରେ ଅଧିକ ମରୁଡି। ଜିମ୍ବାୱେରେ ସରକାରୀ ଭାବେ ହାତୀଙ୍କୁ ମାରିବା ପାଇଁ ୧୯୮୮ ମସିହାରେ ଆରମ୍ଭ ହୋଇଥିଲା।

 

Leave A Reply

Your email address will not be published.