Latest Odisha News

BREAKING NEWS

ଜୋମାଟୋ ବୟ ପାଇଁ ଫଣ୍ଡ ଯୋଗାଡ କରି ବାଇକ କିଣାଇଲେ ରାଜସ୍ଥାନର ଆଦିତ୍ୟ

ଭିଲାୱାଡା: ରାଜସ୍ଥାନର ଭିଲାୱାଡାର ୧୮ ବର୍ଷୀୟ ଆଦିତ୍ୟ ଶର୍ମା ଜୋମାଟୋରେ କୋଲ୍ଡ ଡ୍ରିଙ୍କସ ଅର୍ଡର ଦେଇଥିଲେ । ଏହାର ଡେଲିଭର ବୟ ପ୍ରଚଣ୍ଡ ଖରା (୪୨ ଡିଗୀ)ରେ ସାଇକେଲ ଚଲାଇ ଏହାକୁ ଆଣି ଦେଇଥିଲା । ଏହା ଦେଖି ଆଦିତ୍ୟଙ୍କ ମନ ତରଳିଗଲା । ସେ ଡେଲିଭର ବୟ ସହ କଥା ହେବାକୁ ଜାଣିପାରିଲା ଯେ, ସେ ଜଣେ ଏମଏ ପାସ ଯୁବକ । କରୋନା ମହାମାରୀ ପୂର୍ବରୁ ଶିକ୍ଷକତା କରି ପରିବାର ଚଳାଉଥିଲେ । କରୋନା ଯୋଗୁ ତାଙ୍କ ଚାକିରୀ ଚାଲି ଯାଇଥିଲା । ଶେଷରେ ସେ ପେଟ ପୋଷିବା ପାଇଁ ଏହି ପନ୍ଥା ଆପଣାଇଥିଲେ । ଏହା ସବୁ ଶୁଣିବା ପରେ ଆଦିତ୍ୟ ତାଙ୍କ ପାଇଁ ବାଇକ କିଣିବା ପାଇଁ ଉଦ୍ୟମ କରିଥିଲେ । ସେ ଟୁଇଟରରେ ଏହାକୁ ଶେୟାର କରି ଫଣ୍ଡ ପାଇଁ ଅନୁରୋଧ କରିଥିଲେ । ୨ ଘଂଟା ମଧ୍ୟରେ ୧.୯୦ ଲକ୍ଷ ଟଙ୍କା କଲେକ୍ସନ ହୋଇଥିଲା ।

ଆଦିତ୍ୟ ତାଙ୍କ ପାଇଁ ବାଇକ କିଣାଇବା ସହ ବାକି ଅର୍ଥ ଧାର ଶୁଝିବା ପାଇଁ ଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ପରେ ଅନ୍ୟମାନେ ଅର୍ଥ ସାହାଯ୍ୟ କରିବାକୁ ଚାହିଁଥିଲେ ମଧ୍ୟ ଆଦିତ୍ୟ ଭଦ୍ରାମୀ ସହକାରେ ଏହାକୁ ମନା କରିଥିଲେ । ଏହି ଘଟଣା ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି ।

Leave A Reply

Your email address will not be published.