Latest Odisha News

ମହିଳା ଡେଲିଭରି ପାର୍ଟନରଙ୍କ ପାଇଁ ଜୋମାଟୋ ଲଞ୍ଚ କଲା ପକେଟ୍ କୁର୍ତ୍ତା

ନୂଆଦିଲ୍ଲୀ: ଜୋମାଟୋ ଡେଲିଭରି ପାର୍ଟନର ଏବେ ନୂଆ ରୂପେରେ ଦେଖିବାକୁ ମିଳିବେ । ମହିଳା ଦିବସ ଅବସରରେ ମହିଳା ଡେଲେଭରି ପାର୍ଟନର ଙ୍କ ପାଇଁ କୁର୍ତ୍ତା ଲଞ୍ଚ କରିଛି । କମ୍ପାନୀ କହିଛି ଯେ, ‘ମହିଳା ଡେଲିଭରି ପାର୍ଟନରମାନେ ଓ୍ବେଷ୍ଟର୍ଣ୍ଣ ଷ୍ଟାଇଲ୍ ଜୋମାଟୋ ଟି-ସାର୍ଟକୁ ନେଇ ଅସନ୍ତୋଷ ଥିଲେ । ଆଜିଠାରୁ ଜୋମାଟୋର ମହିଳା ଡେଲିଭରି ପାର୍ଟନରମାନେ କୁର୍ତ୍ତା ପିନ୍ଧିପାରିବେ ବୋଲି କମ୍ପାନୀ ମହିଳା ଦିବସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛି ।

କମ୍ପାନୀର ଏହି ନିଷ୍ପତ୍ତିକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ଅବସରରେ କିଛି ଲୋକ କୁର୍ତ୍ତାରେ ସିଲେଇ ହୋଇଥିବା ପକେଟ ଉପରେ ଧ୍ୟାନ ଦେଇଥିବାବେଳେ, ଆଉ କିଛି ଘୋଷଣା ସମୟରେ ପ୍ରଶ୍ନ ଉଠାଇ ଏହାକୁ ‘ପବ୍ଲିସିଟି ଷ୍ଟଣ୍ଟ’ ବୋଲି କହିଥିଲେ ।

କମ୍ପାନୀ ଏହାର ସୋସିଆଲ ମିଡିଆ ପୋଷ୍ଟରେ ଏକ ଭିଡିଓ ସେୟାର କରିଛି । ଏଥିରେ, ଅନେକ ମହିଳା ଡେଲିଭରି ପାର୍ଟନରମାନେ ସେମାନଙ୍କର ନୂତନ ପୋଷାକ ପିନ୍ଧି ଫଟୋସୁଟ୍ କରିଥିବାର ଦେଖିବାକୁ ମିଳିଛି । ଅନେକ ଡେଲିଭରି ପାର୍ଟନର ମଧ୍ୟ ଏହି ଆରାମଦାୟକ କୁର୍ତ୍ତା ପାଇଁ କମ୍ପାନୀର ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ।

ଜୋମାଟୋର ପୋଷ୍ଟକୁ ନେଇ ଖୁସି ବ୍ୟକ୍ତ କରି ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି, ଜୋମାଟୋ ର ଏହା ଭଲ ପଦକ୍ଷେପ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଆରେ, ଏହାର ପକେଟ ମଧ୍ୟ ଅଛି ।’ ଜୋମାଟୋର ଏହି ପୋଷ୍ଟଗୁଡିକୁ ୟୁଜର୍ସ ମାନେ ଭୁରି ଭୁରି ପ୍ରଂଶସା କରିଛନ୍ତି ।

ତେବେ ଗଲା କିଛି ଦିନ ହେବ ମହିଳା ଡେଲିଭରି ପାର୍ଟନରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓ୍ବେଷ୍ଟର୍ଣ୍ଣ ଡ୍ରେସକୁ ନେଇ ସେମାନେ ଅସୁବିଧା ଅନୁଭବ କରୁଥିବା ଅଭିଯୋଗ କରିଆସୁଥିଲେ । ଏହାକୁ ନଜରରେ ରଖି କମ୍ପାନୀ ପକ୍ଷରୁ ମହିଳା ଦିବସରେ ଏହି କୁର୍ତ୍ତା ଲଞ୍ଚ କରାଯାଇଛି । ଯାହାଫଳରେ ମହିଳା ଡେଲିଭରି ପାର୍ଟନର ବିନା ଦ୍ବିବିଧାରେ ନିଜର କାମ କରିପାରିବେ ।

Comments are closed.