Latest Odisha News

BREAKING NEWS

ଚିଡିଆଖାନାରେ ପଶିଲା କରୋନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଘରୋଇ ପ୍ରାଣୀ ଉଦ୍ୟାନରେ କେତେକ ସିଂହ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ସେମାନେ ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଯେଉଁଥିପାଇଁ ସିଂହମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଛି। ଏହାସହିତ ଶୁଖିଲା କାଶ ଭଳି ଲକ୍ଷଣ ମଧ୍ୟ ଦେଖାଦେଇଛି। ପ୍ରାଣୀ ଉଦ୍ୟାନର ଜଣେ କର୍ମଚାରୀଙ୍କ ଠାରୁ ସିଂହମାନେ ସଂକ୍ରମିତ ହୋଇଥିବା ଜଣାପଡିଛି।

ପ୍ରିଟୋରିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଏକ ଟିମ୍‌ ନିକଟରେ କରିଥିବା ଏକ ଅଧ୍ୟୟନରୁ ଏହା ପ୍ରକାଶ ପାଇଛି। ନିକଟରେ ‘ଭାଇରସେଜ୍‌’ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଯଦି ସେମାନେ କରୋନା ସଂକ୍ରମିତ ତେବେ ସେମାନଙ୍କର ପୋଷା ବିଲେଇ ଏବଂ କୁକୁରମାନେ ମଧ୍ୟ ଏଥିରେ ସଂକ୍ରମିତ ହେବାର ସମ୍ଭାବନା ବିଷୟରେ ଜନସାଧାରଣଙ୍କୁ ସଚେତନ ହେବାକୁ ମଧ୍ୟ ଅନୁରୋଧ କରାଯାଇଛି।

 

Comments are closed, but trackbacks and pingbacks are open.