Latest Odisha News

BREAKING NEWS

[ଭିଡ଼ିଓ]ସ୍ୱିମିଂ ପୁଲରୁ ଆବର୍ଜନା ବାହାର କରୁଛି ହଂସ, ବାଣ୍ଟୁଛି ସଚେତନତା ବାର୍ତ୍ତା

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ଲାଷ୍ଟିକ ଯେ କ୍ଷତିକାରକ ମଧ୍ୟ ହୋଇପାରେ ତାହାକୁ ଲୋକେ ବୁଝିବା ଦରକାର । ପ୍ଲାଷ୍ଟିକରେ ତିଆରି ହେଉଥିବା ଜିନିଷକୁ ଖୋଲା ସ୍ଥାନରେ ଜଳାଇ ଦିଆଯାଏ କିମ୍ବା ମାଟିରେ ପୋତି ଦିଆଯାଏ । ହେଲେ ପ୍ଲାଷ୍ଟିକକୁ ଆମେ ଏଣେତେଣେ ପକାଇ ଦେଇଥାଉ । ଯାହା ନଦୀ କିମ୍ବା ସମୁଦ୍ରକୁ ଗଲେ କ୍ଷତିକାରକ ସାଜିଥାଏ ।

ପ୍ଲାଷ୍ଟିକ ବ୍ୟବହାର କରିବା କେତେ କ୍ଷତିକାରକ ମଣିଷ ଜାଣିଥାଉ ବା ନଥାଉ । କିନ୍ତୁ ପଶୁପକ୍ଷୀ ଏହା ପ୍ରକୃତି ପାଇଁ କ୍ଷତିକାରକ ବୋଲି ବେଶ୍ ଭଲଭାବେ ବୁଝିସାରିଛନ୍ତି । ଏହି ମଧ୍ୟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ତ ଲାଗୁଛି । ହେଲେ ତାସହ ସଚେତନତା ମଧ୍ୟ ବାର୍ତ୍ତା ଦେଉଛି ଏହି ଭିଡ଼ିଓ ।

ଭାଇରାଲ ହେଉଥିବା ଭିଡ଼ିଓରେ କଳା ରଙ୍ଗର ହଂସ ପାଣିରୁ ପ୍ଲାଷ୍ଟିକ ବାହାର କରି ସଫା କରିବାକୁ ଚେଷ୍ଟା କରୁଛି । ଏହି ଭିଡ଼ଓ ଦ୍ୱାରା ଦିଆଯାଉଥିବା ବାର୍ତ୍ତକୁ ବୁଝିପାରିବେ ଲୋକେ । ଏହାସହ ଆପଣମାନେ ମଧ୍ୟ ଜୀବନରେ ପ୍ଲାଷ୍ଟିକର ଉପଯୋଗ କମ କରିବେ । ଏହି ଭିଡ଼ଓରୁ ଜଣାପଡ଼ୁଛି ଯେ, ମଣିଷଠାରୁ ହସଂ ଏହି କଥାକୁ ଭଲଭାବେ ବୁଝିଛି ।

Comments are closed, but trackbacks and pingbacks are open.