ନୂଆଦିଲ୍ଲୀ: ମେଟା ବିରୋଧରେ ସାଙ୍ଘାତିକ ଅଭିଯୋଗ। ବଜାରରେ ପ୍ରତିଯୋଗିତା ଶେଷ କରିବା ଏବଂ ଏକଚାଟିଆ ଆଧିପତ୍ୟ ବିସ୍ତାର ଲାଗି ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା ମେଟା। ଏନଇ ଅଭିଯୋଗ ଆଣିଛନ୍ତି ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ। ମେଟାର ସିଇଓ ମାର୍କ ଜୁକରବର୍ଗ ସୋମବାର ଏକ ଉଚ୍ଚ-ଷ୍ଟେକ୍ ଆଣ୍ଟିଟ୍ରଷ୍ଟ ଟ୍ରାଏଲରେ ଏହି ମତ ରଖିଛନ୍ତି, ଯାହା ସମ୍ଭାବ୍ୟ ଭାବରେ $1.4 ଟ୍ରିଲିୟନ କମ୍ପାନୀକୁ ଭାଙ୍ଗିବାକୁ ବାଧ୍ୟ କରିପାରେ।
ଆମେରିକା ଫେଡେରାଲ୍ ଟ୍ରେଡ୍ କମିଶନ (FTC) ମେଟା ଉପରେ ସମ୍ଭାବ୍ୟ ବିପଦକୁ ଦୂର କରିବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟସଆପ୍ କୁ ଅଧିଗ୍ରହଣ କରି ସୋସିଆଲ ମିଡିଆ ବଜାରକୁ ବେଆଇନ ଭାବରେ ଏକଚାଟିଆ ଆଧିପତ୍ୟ ବସ୍ତାର କରୁଥିବା ଅଭିଯୋଗ କରିଛି। ଜୁକରବର୍ଗ ସାକ୍ଷ୍ୟ ଦେବାରେ ପ୍ରଥମ ସାକ୍ଷୀ ଥିଲେ, ଯାହା ଏକ ଟ୍ରାଏଲ ଆରମ୍ଭ କରିଥିଲା ଯାହା କେବଳ ମେଟାର ଭବିଷ୍ୟତକୁ ନୁହେଁ, ବରଂ ଭବିଷ୍ୟତରେ ଆଣ୍ଟିଟ୍ରଷ୍ଟ ଆଇନ ଅଧୀନରେ ଟେକ୍ ମିଶ୍ରଣକୁ କିପରି ଦେଖାଯିବ ତାହା ମଧ୍ୟ ପୁନଃଆକୃତି ଦେଇପାରିବ। ଏନେଇ ୱାଶିଂଟନରେ ଆଣ୍ଟି ଟ୍ରଷ୍ଟ ମାମଲାର ଶୁଣାଣି ଆରମ୍ଭ।
ଅଭିଯୋଗ ଆଣିଛି ଯେ, ବଜାରରେ ପ୍ରତିଯୋଗିତା ଶେଷ କରିବା ଲାଗି ମେଟା ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା। ୨୦୧୨ରେ ମେଟା ଇନଷ୍ଟାଗ୍ରାମକୁ ୧ ବିଲିୟନ ଡଲାର ଏବଂ ୨୦୨୪ରେ ହ୍ୱାଟସଆପକୁ ୨୨ ବିଲିୟନ ଡଲାରରେ କିଣିଥିଲା। ଏହି ଡିଲ୍କୁ ଫେଡେରାଲ ଟ୍ରେଡ କମିଶନ(ଏଫ୍ଟିସି) ଅନୁମତି ଦେଇଥିଲା। ନିୟମ ଅନୁସାରେ ଏହି ଡିଲର ପରିଣାମକୁ ତର୍ଜମା କରିବା ଦାୟିତ୍ଵ ହେଉଛି ଏଫଟିସିର। ଏହି ଆଧାରରେ ଏବେ ଏଫଟିସି ମେଟା ବିରୋଧରେ ମାମଲା ରୁଜୁ କରିଛି। ଯଦି ଏଫ୍ଟିସି ଏହି ମାମଲା ଜିତେ ତେବେ ଫେସବୁକ ପ୍ରତିଷ୍ଠାତା ଇନଷ୍ଟାଗ୍ରାମ, ହ୍ୱାଟସଆପ୍କୁ ବିକ୍ରି କରିବାକୁ ବାଧ୍ୟ ହେବେ। ତେବେ ଶୁଣାଣି କାହା ସପକ୍ଷରେ ହେବ ତାହା ଏବେଠୁ କହିବା ମୁସ୍କିଲ୍।
Comments are closed.