Latest Odisha News

BREAKING NEWS

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ୭ ବିଲିୟନ ଡଲାର କ୍ଷତି ସହିଲା ଫେସବୁକ

ନୂଆଦିଲ୍ଲୀ: ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା। ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି।

କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କ ନେଟ୍‌ ମୂଲ୍ୟ କିଛି ଘଣ୍ଟା ମଧ୍ୟରେ ୭ ବିଲିୟନ ଡଲାର ବା ୫୨ ହଜାର ୧୦୦ କୋଟି ହ୍ରାସ ପାଇଛି। ୧୦୦ କୋଟିରୁ ଅଧିକ ଲୋକ ଫେସବୁକର ବ୍ୟବହାର କରୁଛନ୍ତି। ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ।

ସେ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି। ସେବା ବ୍ୟାହତ ହେତୁ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ‌ହୋଇଥିବା ସମସ୍ୟା ପାଇଁ ଜୁକରବର୍ଗ କ୍ଷମା ମାଗିଛନ୍ତି। ଏଥିସହ ତ୍ରୁଟିର କାରଣ ଖୋଜିବାକୁ ଫେସବୁକ ଯାଞ୍ଚ ମଧ୍ୟ ଆରମ୍ଭ କରିଛି।

Comments are closed.