Latest Odisha News

ଜିମ୍‌ପ୍ରେମୀ ପ୍ରୋଟିନ୍ ପାଇଁ ଖାଉଛନ୍ତି କୁକୁର ଖାଦ୍ୟ

ନ୍ୟୁୟର୍କ : ନିଜକୁ ସୁନ୍ଦର ଏବଂ ସ୍ଲିମ୍ ରଖିବା ସମସ୍ତଙ୍କର ଇଚ୍ଛା । କିନ୍ତୁ କିଛି ଲୋକ ସୁନ୍ଦର ସ୍ୱାସ୍ଥ୍ୟ ଓ ଫିଟ୍ ରହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ସେଥିଲାଗି ସେମାନେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଜିମରେ ସମୟ କଟାନ୍ତି । ଏଥିପାଇଁ ସେମାନଙ୍କୁ ଭଲ ଖାଦ୍ୟର ଆବଶ୍ୟକ । ଯେମିତି ପୁଷ୍ଟିକର ଖାଦ୍ୟ ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଅନେକ ଲୋକ ଏଥିପାଇଁ ପ୍ରୋଟିନ୍ ପାଉଡର ସହିତ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି, ଯାହା ବେଳେବେଳେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏବେ ଏମିତି ଏକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଜିମ୍ ପ୍ରେମୀମାନେ ଖାଉଛନ୍ତି, ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତାହା ହେଉଛି କୁକୁର ଖାଦ୍ୟ ।

ନ୍ୟୁୟର୍କର ୨୧ ବର୍ଷୀୟ ପ୍ରସିଦ୍ଧ ବଡି ବିଲଡର ହେନେରୀ କ୍ଲେରିସି । ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କୁକୁର ଖାଦ୍ୟ ଚୋବାଉଥିବା ନଜର ଆସିଛନ୍ତି । ଏହି ଭିଡ଼ିଓରେ ଏହାର ଫାଇଦା ସମ୍ପର୍କରେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ଖାଦ୍ୟ ଖାଇବା ଆଦୌ ସହଜ ନୁହେଁ । ଏହାକୁ ଦାନ୍ତରେ ଚୋବାଇ ଖାଇବା ଅଧିକ କଷ୍ଟସାଧ୍ୟ । କିନ୍ତୁ ଏହା ଶରୀରକୁ ଅଧିକ ପ୍ରୋଟିନ୍ ଯୋଗାଇଥାଏ । ଏହି ଖାଦ୍ୟ ଖାଇଲେ ଶରୀର ଫିଟ୍ ଏବଂ ସୁସ୍ଥ ରହିଥାଏ ।

ତାଙ୍କର ଏହି ଭିଡିଓକୁ ଦୁଇ କୋଟିରୁ ଅଧିକ ଫଲୋଅର୍ସ ଦେଖିସାରିଲେଣି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ଅନେକ ଭିନ୍ନ ଭିନ୍ନ ମତ ଦେବା ସହ ଏହାକୁୁ ଘୃଣ୍ୟ ବୋଲି ଆଉ କିଛି କହିଛନ୍ତି । ଏପରି ଫଲୋଅର୍ସଙ୍କ ପ୍ରତିକ୍ରିୟା ମନ୍ତବ୍ୟ ଦେଖି ହେନେରୀ ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୁଁ ଏହାକୁ ଆଉ ଖାଇବି ନାହିଁ । କାରଣ ଯଦିଓ ଏଥିରେ ପ୍ରଚୁର ପ୍ରୋଟିନ୍ ଥାଏ, ଏହା ଆଦୌ ଖାଇବା ଯୋଗ୍ୟ ନୁହେଁ ।
୨୦୧୬ ମସିହାରେ ଟେନିସ୍ ତାରକା ସେରେନା ୱିଲିୟମ୍ସ ମଧ୍ୟ କୁକୁର ଖାଦ୍ୟ ଖାଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏହି ଖାଦ୍ୟ ଖାଇବାର କିଛି ସମୟ ପରେ ସେ ଅସୁସ୍ଥ ହୋଇପଡିଥିଲେ । ସେହିପରି ୨୦୨୦ ମସିହାରେ ସିହାନ୍ ଲି ନାମକ ଜଣେ ସେଫ ମଧ୍ୟ ସମାନ ଖାଦ୍ୟ ଖାଇ ଚର୍ଚ୍ଚାକୁ ଆସିଥିଲେ । ବାସ୍ତବରେ, ଜଣେ ସାଧାରଣ ଲୋକ ପ୍ରତିଦିନ ୫୬ ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରେ । କିନ୍ତୁ ଜିମ୍ ପ୍ରେମୀମାନେ ଏଥିରୁ ଅଧିକ ଆବଶ୍ୟକ କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୁକୁର ଖାଦ୍ୟର ୨୦୦ ଗ୍ରାମ ପ୍ୟାକେଟରେ ୬୬୬ ଗ୍ରାମ ପ୍ରୋଟିନ୍ ଥାଏ ।

Leave A Reply

Your email address will not be published.