Latest Odisha News

BREAKING NEWS

କରୋନା ମ୍ୟାପରେ ଯୋଡ଼ି ହେଲା ଅନୁଗୁଳ ଜିଲ୍ଲା; ଗୋଟିଏ ଦିନରେ ୧୩ ପଜିଟିଭ ଚିହ୍ନଟ

ଅନୁଗୁଳ: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦ ଟି ଜିଲ୍ଲାକୁ ବ୍ୟାପି ସାରିଛି ଏହି ମହାମାରୀ ।

ରବିବାର ଦିନ ରାଜ୍ୟରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ଗ୍ରୀନ ଜୋନରେ ରହିଥିବା ଅନୁଗୁଳ ଜିଲ୍ଳାରେ ଗୋଟିଏ ଦିନରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।

ସେହିଭଳି ଆଜି ଚିହ୍ନଟ ୫୮ ଜଣଙ୍କ ମଧ୍ୟରେ ୨୯ ଜଣ ଗଞ୍ଜାମରୁ ଚିହ୍ନଟ ହୋଇଥିବା ବେଳେ ଜଣେ ମୟୁରଭଞ୍ଜ ଜିଲ୍ଲାରୁ, ୧୩ ଜଣ ଅନୁଗୁଳ ଓ ଅନ୍ୟ ୧୫ ଜଣ ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

୨୯ ନୂଆ ପଜିଟିଭ ସହ ଗଞ୍ଜାମ ଜିଲ୍ଲାରେ ମୋଟ ସଂଖ୍ୟା ସର୍ବାଧିକ ୧୧୮ ରେ ପହଞ୍ଚିଛି । ଏହାସହ ବାଲେଶ୍ଵର ରୁ ଏପର୍ଯ୍ୟନ୍ତ ମୋଟ ୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.