Latest Odisha News

BREAKING NEWS

ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ଭୁବନେଶ୍ୱର: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୀର୍ଘ ଦିନରୁ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ରାଧାରାଣୀ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଶନିବାର ଦିନ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ତାଙ୍କର ଜଣେ ନିକଟ ସଂପର୍କୀୟ । ଏହି ଖବର ଶୁଣି ତାଙ୍କ  ସମର୍ଥକ ଓ ଶୁଭେଚ୍ଛୁ ମାନେ ରାଧାରାଣୀଙ୍କର ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  ।

ରାଧାରାଣୀ ୨୦୧୪ରେ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ି ବ୍ରଜରାଜନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.