Latest Odisha News

BREAKING NEWS

ବିଧାନସଭା ବଜେଟ୍ ଅଧିବେଶନ: ଗୃହ ଆରମ୍ଭରୁ ହଟ୍ଟଗୋଳ, ୩ଟା ଯାଏଁ ମୁଲତବୀ

ଭୂୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ତେବେ ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକୁ ପ୍ରଥମେ ଦିନ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ ସାଢ଼େ ୧୧ଟାରେ ଗୃହ ଚାଲିଥିଲା । କିନ୍ତୁ ୪ ମିନିଟ୍ ଚାଲିବା ପରେ ପୁଣି ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଳା କରିଥିଲେ । ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନଥିଲା । ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହକୁ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.