Latest Odisha News

BREAKING NEWS

ଏଭେରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଢେଙ୍କାନାଳ/ଭୁବନେଶ୍ୱର : ରାଜ୍ୟର ପ୍ରଥମ ଏଭେରେଷ୍ଟ ବିଜୟିନୀ ଦୁଃସାହସିକ କ୍ରୀଡ଼ାବିତ୍ କଳ୍ପନା ଦାଶଙ୍କର ଶନିବାର ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଲକ୍‌ଡାଉନ୍ କାରଣରୁ କୌଣସି ବିଶେଷ ଉତ୍ସବ ଅୟୋଜିତ ହୋଇ ନ ଥିବାବେଳଳେ ଢ଼େଙ୍କାନାଳରେ ତାଙ୍କ ପରିବାର ପକ୍ଷରୁ ଶ୍ରାଦ୍ଧ କାର‌୍ୟ୍ୟ କରାଯାଇଥିଲା ।


ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ମୁଖ୍ୟ ଫାଟକ ବାହାରେ ଓଡ଼ିଶାର ଦୁଇ ପ୍ରମୁଖ ଦୁଃସାହସିକ ଅନୁଷ୍ଠାନ ଆଶା (ଆସୋସିଏସନ୍ ଫର୍ ଆଡଭେଞ୍ଚର ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍‌) ଏବଂ ଓୱାକ୍ (ଓଡ଼ିଶା ଓମେନ୍ ଆଡଭେଞ୍ଜର୍ କ୍ଲବ୍‌) ପକ୍ଷରୁ ମିଳିତ ଭାବେ କଳ୍ପନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଶାର ସମ୍ପାଦକ ଅନ୍ୟତମ ଏଭେରେଷ୍ଟ ବିଜେତା ଗଣେଶ ଚନ୍ଦ୍ର ଜେନା, କର୍ମକର୍ତ୍ତା ବିକ୍ରମ କିଶୋର ଦାସ, କ୍ରୀଡ଼ାବିତ୍ ଚିନ୍ମୟ ମହାରଣା, ଓୱାକ୍‌ର ମୁଖ୍ୟ ନିବେଦିତା ଆଚାର‌୍ୟ୍ୟ ଏବଂ କଳ୍ପନାଙ୍କ ଶେଷ ଯାତ୍ରାର ଅନ୍ୟତମ ସହଯୋଗୀ ରଂଜିତ କର୍ମୀପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଳ୍ପନା ଦାଶ ଗତବର୍ଷ ‌ମେ’ ୨୩ ତାରିଖରେ ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବା ପରେ ଏହାର ଶିଖରରେ ଟ୍ରାଫିକ୍ ଜାମରେ ଫସି ପ୍ରାଣ ହରାଇଥିଲେ। ପୂର୍ବରୁ ସେ ୨୦୦୮ ମସିହାରେ ପ୍ରଥମ ଓଡ଼ିଆ ଭାବେ ଏଭେରେଷ୍ଟ୍ ଚଢ଼ି ନୂଆ ଇତିହାସ ରଚିଥିଲେ।

Leave A Reply

Your email address will not be published.