Latest Odisha News

BREAKING NEWS

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ

ଭୁବେନେଶ୍ୱର: ଓଡ଼ିଶାର ଦୁଇଜଣ ପ୍ରଖ୍ୟାତ ସାହିତ୍ୟିକ ତରୁଣକାନ୍ତି ମିଶ୍ର ଓ କାଳିଚରଣ ହେମ୍ବ୍ରମଙ୍କୁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଓଡ଼ିଆ ଭାଷା ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଲେଖକ ଭାବେ ଗଳ୍ପ ସଙ୍କଳନ ଭାସ୍ୱତୀ ଲାଗି ତରୁଣକାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସାନ୍ତାଳୀ ଭାଷାର ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ଗଳ୍ପ ସଙ୍କଳନ ଶିଶିରଜାଲି ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଦୁଇ ପ୍ରଥିତଯଶା ଲେଖକ ୨୦୧୯ ବର୍ଷ ଲାଗି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରତ୍ୟେକଙ୍କୁ ୧,୦୦,୦୦୦ ଟଙ୍କା, ତାମ୍ର ଫଳକ, ମାନପତ୍ର ଏବଂ ଉପଢୌକନ ସହିତ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.