Latest Odisha News

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ସ୍ଥିତି ମଜଭୁତ କରିବା ଲକ୍ଷ୍ୟରେ ଭାରତ

ମେଲବୋର୍ନ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଦଳ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଲଗାତାର ୨ଟି ମ୍ୟାଚରେ ଦଳ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ରହିଛି । ଗୁରୁବାର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିଫାଇନାଲର ନିକଟବର୍ତ୍ତୀ ହେବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ଅଷ୍ଟ୍ରେଲିଆକୁଏବଂ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା । ନ୍ୟୁଜିଲାଣ୍ଡକୁ ହରାଇପାରିଲେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନକ୍‌ଆଉଟ୍‌ ପର୍ୟ୍ୟାୟ ନିକଟତର ହେବ ।

୪ ପଏଣ୍ଟ ହାସଲ କରି ଭାରତ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।  ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛି । ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ ଭଲ ପ୍ରଦର୍ଶନ ଜାରି ଜାରି ରଖିଥିବା ବେଳେ ଅଧିନାୟିକା ହରମନପ୍ରୀତଙ୍କଠାରୁ ଦଳ ଏକ ଭଲ ପ୍ରଦର୍ଶନ ଆଶା କରୁଛି ।

Leave A Reply

Your email address will not be published.