Latest Odisha News

BREAKING NEWS

କ୍ୟାନସର ଚିକିତ୍ସା ଲାଗି ସୋଆ ଓ ରୋଟାରୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

 

ଭୁବନେଶ୍ୱର : କ୍ୟାନସର ରୋଗରେ ପିଡ଼ିତ ଗରିବ ରୋଗୀମାନଙ୍କୁ କିଭଳି କମ୍ ମୂଲ୍ୟରେ ଉନ୍ନତମାନର ଚିକିତ୍ସା, ଯୋଗାଇ ଦିଆଯଇପାରିବ ସେ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ରୋଟାରୀ କ୍ୟାନ୍ସର ରେଫରାଲ୍ ସେନ୍ଟର୍ ମଧ୍ୟରେ ଗତ ଶୁକ୍ରବାର ଦିନ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ବୁଝାମଣାପତ୍ର ଅନୁଯାୟୀ ରୋଟାରୀ କ୍ୟାନ୍ସର ରେଫରାଲ୍ ସେନ୍ଟର୍ ପକ୍ଷରୁ ଓଡ଼ିଶାର ଯେଉଁସବୁ ସ୍ଥାନରେ କ୍ୟାନ୍ସର ସ୍କ୍ରିନିଂ କ୍ୟାମ୍ପ କରାଯିବ ସେଠାରେ ସମ୍ ହସ୍ପିଟାଲ୍ ପକ୍ଷରୁ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଏବଂ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯିବ । ଏଥିସହିତ ରୋଟାରୀ କ୍ୟାନ୍ସର୍ ରେଫରାଲ୍ ସେନ୍ଟର୍ ପକ୍ଷରୁ ଯେଉଁ ରୋଗୀମାନଙ୍କୁ ସମ୍ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ପଠାଯିବ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦରରେ ଚିକିତ୍ସା ପ୍ରଦାନ କରାଯିବ ।

ରୋଟାରୀ କ୍ୟାନ୍୍ସର ରେଫରାଲ୍ ସେନ୍ଟର୍ ରୋଟାରୀ କ୍ଲବ ଅଫ୍ ଭଦ୍ରକ ମିଡ୍ ଟାଉନ୍ ପରିଚାଳିତ କ୍ୟାନ୍ସର କେୟାର ଆଣ୍ଡ ସ୍କ୍ରିନିଂ ସେନ୍ଟର ଦ୍ୱାରା ଗଠିତ ହୋଇଛି । ସୋଆ ପକ୍ଷରୁ ଅନେକ ସାମାଜିକ କ୍ଷେତ୍ରରେ ଜନ ହିତକର ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହି ବୁଝାମଣା ପତ୍ର ତା’ ମଧ୍ୟରୁ ଅନ୍ୟତମ ବୋଲି ସୋଆର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ କହିଛନ୍ତି । ତିନି ବର୍ଷ ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ରରେ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପୁଷ୍ପରାଜ ସାମନ୍ତସିଂହାର, ରୋଟାରୀ ଇନ୍ଟର୍ନ୍ୟାସ୍ନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ନର ଅଜୟ ଅଗ୍ରୱାଲ୍ ଏବଂ ଖାରବେଳ ରୋଟାରୀ କ୍ଲବ୍ର ସଭାପତି କେସି ସ୍ୱାଇଁ ସ୍ୱାକ୍ଷର କରିଛନ୍ତି ।

ମୁ୍ମ୍ବାଇର ପୂର୍ବତନ ପୋଲିସ୍ କମିଶନର ଏବଂ ବିଖ୍ୟାତ ରୋଟାରିୟାନ୍ ଅରୂପ ପଟ୍ଟନାୟକ ଏହି ବୁଝାମଣା ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ ମହତ ଏବଂ ଏହା କ୍ୟାନସର ପିଡ଼ିତ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସମ୍ ହସ୍ପିଟାଲ୍ର ଏହି ସହଯୋଗ ପାଇଁ ସେ ଧନ୍ୟବାଦ ଅର୍ପଣ କରିଥିଲେ ।
ଗରୀବ ଏବଂ ଅନୁନ୍ନତି ଶ୍ରେଣୀର ଲୋକଙ୍କ ପାଇଁ ଉନ୍ନତମାନର ସେବା ଯୋଗାଇଦେବା ସମ୍ ହସ୍ପିଟାଲ୍ର ଲକ୍ଷ୍ୟ ବୋଲି ଡିନ୍ ପ୍ରଫେସର ସାହୁ କହିଥିଲେ ।

Leave A Reply

Your email address will not be published.