ବାରିପଦା : ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିବା ଏକ ବ୍ୟକ୍ତିକୁ ଆଜି ବାରିପଦା ପୁଲିସ ଉଦଳାର ଦାମୋଦରପୁରରୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ରଜତ ପଣ୍ଡା ବୋଲି ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ପୁଲିସସୂତ୍ରରୁ ସୂଚନା ମିଳିଛି ଯେ, ନିଜକୁ ଜଣେ ଆଇଏସ୍ ଅଫିସର ବୋଲି ପରିଚୟ ଦେଇ ଦାମୋଦରପୁରର ଜଣେ ଯୁବତୀଙ୍କୁ ବିବାହ କରିଛି ଅଭିଯୁକ୍ତ ରଜତ ।
ତେବେ ଅଭିଯୁକ୍ତ ରଜତ ନିଜକୁ ଲିଙ୍ଗରାଜ ପଣ୍ଡା ଏବଂ ମାଲକାନଗିରିରେ ସବ-କଲେକ୍ଟର ଭାବେ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଯୁବତୀ ଜଣଙ୍କୁ ଫସାଇଥିବାର ଅଭିଯୋଗ ହୋଇଛି ।
ସେହି ଅଞ୍ଚଳରେ ନକଲି ଆଇଏଏସ୍ ଅଫିସରଙ୍କ ସନ୍ଦେହଜନକ ଗତିବିଧିକୁ ନିରୀକ୍ଷଣ କରି କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ ।
ଠକ ଆଇଏସ୍ ଅଫିିସର ରଜତ ୨୦୧୪ ମସିହାରେ ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଏକ ଅଭିଯୁକ୍ତ ଭାବେ ଦେଢ ବର୍ଷ କାଳ ଝାରପଡ଼ା ଜେଲରେ ରହିଥିଲା ।
ତେବେ ରଜତ ନାମରେ ବିଭିନ୍ନ ଥାନାରେ ଠକେଇ ଅଭିଯୋଗ ରହିଥିବାର ଜଣାପଡ଼ିଛି ।
BREAKING NEWS
- ବର୍ଷାଙ୍କୁ ଶାନ୍ତ କରିବ କି ଗୀତା?
- ଆଜି ହେରା ପଞ୍ଚମୀ
- ଧାରାବାହିକ ଉପନ୍ୟାସ : ସୁଲୋଚନା (୩୧)
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
- ଭାଷା ଭାଗବତ : ଅଭ୍ଯାସ ବଶତଃ
- କବିତା : ଏଥର ବି ଅପେକ୍ଷା
- ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଫୋନରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ରୌପଦୀଙ୍କୁ କ’ଣ କହିଥିଲେ ?
- ସିନ୍ଦେ ଗୋଷ୍ଠୀ ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପଠାଇଲା ସମନ
- ଜାତୀୟ ଷ୍ଟାର୍ଟଅପ୍ ରିପୋର୍ଟ : ଶୀର୍ଷ ପ୍ରଦର୍ଶକାରୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ
- ନୀଳାଚଳ ଇସ୍ପାତ ନିଗମ ଏବେ ଟାଟା ହାତରେ