Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସାଙ୍ଗରେ ମାଆ ଓ ପରିବାରର କିଛି ସଦସ୍ୟ ଥିବା ଦେଖିବାକୁ ମିଳିଛି । ସେ ପରିବାର ସହ ଅଛନ୍ତି, ସେଥିପାଇଁ ବହୁତ ଖୁସି ଅଛନ୍ତି । ଠିକ୍‌ ସମୟରେ ଠିକ୍ ଜିନିଷ କହିବେ ବୋଲି ବାବୁସାନ୍ କହିଛନ୍ତି ।
  • ବିଧାନସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ଝଡ଼ । ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାନେ ଜୋରଦାର ହଙ୍ଗାମା କରିଛନ୍ତି । ଗୃହର ମଧ୍ୟ ଭାଗରେ ପ୍ଲା-କାର୍ଡ ଧରି ବିରୋଧୀ ବିଜେପି ସଦସ୍ୟ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି ।
  • ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ସେଥିପାଇଁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଏହି ୧୮ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ।
  • ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ କମିଛି। ତେବେ ଏହା ହଜାରେ ଉପକୁ ରହିଛି। ଗତକାଲି ୧୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।
  • ଦୁର୍ନୀତିର ପ୍ରମାଣ ମିଳିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି କ୍ରମରେ ପ୍ରଥମେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଛନ୍ତି ମମତା । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ ।
    ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଯାଂଚ ବେଳେ ପାର୍ଥ ଚାଟାର୍ଜୀଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପାଖା ପାଖି ୫୫ କୋଟି ଟଙ୍କା ଜବତ କରାଯାଇଛି ।
  • ଜଜ୍‌ଙ୍କୁ ଟାର୍ଗେଟ୍‌ କରିବାର ଏକ ସୀମା ଅଛି: ମିଡିଆ ରିପୋର୍ଟକୁ ନେଇ ବର୍ଷିଲେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ।ସୁପ୍ରୀମ୍‌ କୋର୍ଟରେ ଏକ ମାମଲାର ବିଚାର ସମୟରେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ମିଡିଆ ରିପୋର୍ଟକୁ ନେଇ ବର୍ଷିଛନ୍ତି । ଜର୍ଜଙ୍କୁ ଟାର୍ଗେଟ୍‌ କରିବାର ଏକ ସୀମା ଥିବା ସେ କହିଛନ୍ତି । ଜଜ୍‌ଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ନକରାଯିବାକୁ ନେଇ ସେ ଏହି ଟିପ୍ପଣୀ ଦେଇଛନ୍ତି ।
  • ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ । ୟୁୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ଭାରତରେ ପଢିପାରିବେ ନାହିଁ ବୋଲି ସ୍ପଷ୍ଟ କଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ଏକ ପ୍ରଶ୍ନପର ଉତର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାଓାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାତୀୟ ମେଡିକାଲ କମିଶନ ମଧ୍ୟ ଏଥିପାଇଁ ଅନୁମତି ଦେଇନାହାନ୍ତି ବୋଲି କହିଛନ୍ତି ।
  • ଯାନ୍ତ୍ରିକ ତୃଟି କାରଣରୁ ଚିଲିକା ମଝିରେ ଅଟକିଥିବା ଯାତ୍ରିବାହୀ ଭସାପୋଲ ପୁଣି ଚାଲିଲା । ଭସାପୋଲରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ୫ଟି ଚାରି ଚକିଆ ଯାନ ଓ ୨୦ ରୁ ଅଧିକ ବାଇକ ମଧ୍ୟ ଥିଲା । ସାତପଡ଼ା ଠାରୁ ଦିନ ୨ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ବାହାରିଥିଲା ଭସାପୋଲ । ଯାହା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ମଝି ଚିଲିକାରେ ଫସି ରହିଥିଲା ଯାତ୍ରୀବାହୀ ଭସାପୋଲ
  • ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବାଗଦାଦରେ ବୁଧବାର ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିଛନ୍ତି । ରିପୋର୍ଟ ମୁତାବକ, ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକତଦା ଅଲ-ସଦରଙ୍କ ସମର୍ଥକ । ଏମାନେ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି ।
  • ଉତ୍ତର କୋରିଆର ପୁଣି ପରମାଣୁ ପରୀକ୍ଷଣ। ୨୦୧୭ ପରେ ଏବେ ପୁଣିଥରେ ପରମାଣୁ ପରୀକ୍ଷଣ କରିବା ନେଇ ସୂଚନା ଦେଇଛି ଉତ୍ତରକୋରିଆ। ଏନେଇ ନିଜେ ସଂକେତ ଦେଇଛନ୍ତି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ। ଗୁରୁବାର ଏ ନେଇ ଉତ୍ତର କୋରିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
  • ମିଡିଆ ଖବର ଅନୁସାରେ, ଗୁରୁବାର କିମ ଜଙ୍ଗ ଉନ କହିଛନ୍ତି ଯେ କୌଣସି ସମସ୍ୟା ହେଲେ ଆମେରିକାକୁ ମୁକାବିଲା କରିବା ପାଇଁ ଦେଶରେ ପରମାଣୁ ଅସ୍ତ୍ରର ପରିଚାଳନା ପାଇଁ ପ୍ରସ୍ତୁତ ହେଉଛି। ଜୁଲାଇ ୨୭ରେ ଆୟୋଜିତ କୋରିଆନ ଯୁଦ୍ଧର ୬୯ ତମ ବାର୍ଷିକି କାର୍ଯ୍ୟକ୍ରମରେ ଯୋଗ ଦେଇ କିମ ଏଭଳି ବୟାନ ଦେଇଛନ୍ତି। ଆମେରିକା ବିରୋଧରେ ଖୋଲାଖୋଲି ଏଭଳି ଚେତାବନୀ ପୁଣିଥରେ କିମଙ୍କୁ ଚର୍ଚ୍ଚାକୁ ଆଣିଛି।
  • ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୫୪ ଜଣ କ୍ରୀଡ଼ାବିତ କ୍ରୀଡ଼ାରେ ଭାଗ ନେଇଛନ୍ତି । ୨୦ଟି କ୍ରୀଡ଼ାର ମୋଟ୍‌ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ରାଣୀ ଏଲିଜାବେଥ୍‌ ୨ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ନାହିଁ । କିନ୍ତୁ କିଏ ଉଦ୍‌ଘାଟନୀରେ ମୁଖ୍ୟ ଅତିଥି ରହିବେ ତାହା ସ୍ପଷ୍ଟ ହୋଇ ନାହିଁ । ଏହାକୁ ମିଶାଇ ଭାରତ ମୋଟ୍‌ ୧୮ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଛି ।
  • ଘରୋଇ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଯାକ ମ୍ୟାଚ୍‌ ଜିତି ଭାରତ ଦିନିକିଆ ସିରିଜ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୬ ଓଭରରେ ୩ ୱିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା । ବର୍ଷା ବାଧକ ସାଜିବା ଫଳରେ ଡକ୍‌ ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ ଇଣ୍ଡିଜ୍‌ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ୍‌ ଧାର୍ଯ୍ୟକରାଯାଇଥିଲା ।
  • ବଲିଉଡ୍‌ର ବେବୋ କରିନା କପୁର ଖାନ୍। ନିଜ ସୁନ୍ଦରତା ଓ ଅଭିନୟ ବଳରେ ଦର୍ଶକଙ୍କ ହୃଦୟ ରାଜ୍‌ କରିଛନ୍ତି। ତାଙ୍କର ଡ୍ରେସିଂ ଷ୍ଟାଇଲ୍‌ରେ ସମସ୍ତେ ଫିଦା । କରୀନା ପୁଣି ଥରେ ରେହାଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଏନେଇ କରୀନା ନିଜେ କନଫର୍ମ କରିଛନ୍ତି। ପୁର୍ବରୁ ସେ ପ୍ରଡ୍ୟୁସର ରେହାଙ୍କ ସାଙ୍ଗେ “ବୀରେ ଦି ଓ୍ବେଡିଙ୍ଗ୍” ଫିଲ୍ମରେ କାମ କରିଥିଲେ।
  • ତାପସୀ ପନ୍ନୁଙ୍କ ଅପକମିଂ ଥ୍ରୀଲର ଫିଲ୍ମ ଦୋବାରାର ଟ୍ରେଲର ରିଲିଜ୍‌ ହୋଇ ସାରିଛି । ଫିଲ୍ମର ଟ୍ରେଲର ମିଷ୍ଟ୍ରି, ଥ୍ରିଲର, ସସ୍‌ପେନ୍ସରେ ଭରପୂର । ସେପଟେ କଙ୍ଗନା ରଣାୱତଙ୍କ ଶସ୍ତା କପି ହେଉଛନ୍ତି ତାପସୀ ପନ୍ନୁ । ଏହି କମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକତା କପୁର। ଦୁଇ ଜଣ ନମ୍ବର ୱାନ୍ ଅଭିନେତ୍ରୀ। ତାଙ୍କ ଦକ୍ଷତା ମାପବାକୁ ଆମର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଏକତା।
  • ବକ୍ସଅଫିସ୍‌ରେ ଫ୍ଲପ୍‌ ହେଲା ‘ଶମଶେରା’, ଫିଲ୍ମର କାହାଣୀ ସମସ୍ତଙ୍କୁ ନିରାଶ କରିଛି । ଏମିତିକି ଗୋଟିଏ ସପ୍ତାହରେ କମାଇ ପାରିଲାନି ୫୦ କୋଟି ଟଙ୍କା । ଫିଲ୍ମଟି ପ୍ରଥମ ଦିନରେ ୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା।

 

Leave A Reply

Your email address will not be published.