Latest Odisha News

BREAKING NEWS

ଜେମ୍ସ ବଣ୍ଡ ଫିଲ୍ମରେ ଅଭିନୟ କରିବେ ରାମଚରଣ ?

ମାଡ୍ରାସ: ଭାରତର ଚର୍ଚ୍ଚିତ ହୀରୋ ରାମଚରଣଙ୍କ ଉପରେ ଏବେ ହଲିଉଡର ନଜର ପଡିଛି । ମାର୍ଭଲ ସିନେମେଟିକ ୟୁନିଭର୍ସର ଏକ କ୍ରିଟେର ରାମଚରଣଙ୍କ ନାମ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ଉଠାଇଛନ୍ତି । ଆରଆରଆରରେ ତାଙ୍କ ପ୍ରଦର୍ଶନ ଦେଖି ଲ୍ୟୁକ କେଜ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଆଗାମୀ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ସେ କେତେଜଣ କଳାକାରଙ୍କ ନାମ ଘୋଷଣା କରିଛନ୍ତି । ଇଦ୍ରିସା ଏଲଭା, ସୋପ ଡିରିସୁ (ଗେମ୍ସ ଅଫ ଲଣ୍ଡନ), ମାଥ୍ୟୁ ଗୋଡେ (ଦି ଅଫର), ଡେମିସିନ ଇଦ୍ରିସ (ରନଫଲ) ଓ ରାମଚରଣ (ଆରଆରଆର) ଜେମ୍ସ ବଣ୍ଡ ଭୂମିକା ଉପଯୁକ୍ତ ବୋଲି ସେ ଟୁଇଟ କରିଛନ୍ତି । ହଲିଉଡର ଅନେକ ଅଭିନେତା ଓ ନିର୍ଦ୍ଦେଶକ ଆରଆରଆରରେ ରାମଚରଣଙ୍କ ଭୂମିକାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ୦୦୭ ଜେମ୍ସ ବଣ୍ଡର ଆଗାମୀ ଫିଲ୍ମ ପାଇଁ କଳାକାର ଚୟନ କରାଯାଇ ନାହିଁ । ଯଦି ରାମଚରଣ ଏଥିପାଇଁ ମନୋନୀତ ହୁଅନ୍ତି ତାହାହେଲେ ଏହା ନିଶ୍ଚିତ ଭାବେ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ଖବର ହେବ ।

Leave A Reply

Your email address will not be published.