Latest Odisha News

BREAKING NEWS

ହାଥରସ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିଲେ ରାହୁଲ ଗାନ୍ଧି

ହାଥରସ: ସତସଙ୍ଗରେ ଦଳଚକଟା ଯୋଗୁଁ ଚାଲିଯାଇଛି ୧୨୧ ଜୀବନ । ଏବେ ପ୍ରାୟ ୩୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଉତ୍ତରପ୍ରଦେଶର କାହିଁ କେତେ ଆଡୁ ଆତ୍ମଘୋଡିତ ବାବାଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ ଅନୁଗାମୀ । ହେଲେ ଚାଲିଗଲା ବହୁ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମହିଳା ଓ ଶିଶୁ । ଏହା ପରେ ପୂରା ଉତ୍ତର ପ୍ରଦେଶରେ ଖେଳି ଯାଇଛି ଶୋକର ଛାୟା । ଏହାରି ଭିତରେ ହାଥରସ ଯାଇ ଏଭଳି ଦୁଃଖଦନୀୟ ଘଟଣାର ପୀଡିତଙ୍କ ପରିବାରଙ୍କୁ ଭେଟିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ।

ଶୁକ୍ରବାର ଦିନ ହାଥରସ୍‌ ଗସ୍ତରେ ଯାଇ ସେଠାରେ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଏହା ଏକ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁନାହିଁ। କିନ୍ତୁ ଏହାରେ ପ୍ରଶାସନିକ ବ୍ୟବସ୍ଥା କମ୍ ଅଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ ସର୍ବାଧିକ କ୍ଷତିପୂରଣ ଦିଆଯିବା ଉଚିତ। କାରଣ ସେମାନେ ଗରିବ ପରିବାରର ଅଟନ୍ତି । ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏନେଇ ହୃଦୟ ଖୋଲି କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ରାହୁଲ । ଏହାସହିତ ଯଥାଶୀଘ୍ର ଦେବାକୁ ଅନୁରୋଧ କରିଛନ୍ତି ରାହୁଲ । ଏହାପରେ କିଛି ପ୍ରଭାବିତ ପରିବାରଙ୍କୁ ଭେଟିବା ପାଇଁ ଆଲିଗଡ ମଧ୍ୟ ଗସ୍ତ କରିଥିଲେ ରାହୁଲ।

ତେବେ କହିରଖୁଛୁ, ଜୁଲାଇ ୨ରେ ଉତ୍ତରପ୍ରଦେଶର ହାଥରସ ସହରରେ ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ଏହି ଘଟଣା ପରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ପୋଲିସ। ଏନେଇ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହେଲେ ଏବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ଅଭିଯୁକ୍ତ ‘ଭୋଲେ ବାବା’ କିନ୍ତୁ ଘଟଣା ପରେ ଫେରାର ଅଛନ୍ତି । ଯାହାକୁ ଖୋଜିବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି ପୋଲିସ୍ ।

Leave A Reply

Your email address will not be published.