ହୁଅନ୍ତା କି ଏମିତି
ଜୟଶ୍ରୀ ଦାଶ
ବେଳେବେଳେ ଉଡ଼ିଛି ମୁଁ
ଆଖିର ଆକାଶକୁ,
ଭେଟିଛି ଜହ୍ନରେ ମାଟିକୁ,
ଦଲକାଏ ସ୍ମୃତିର ଥାକରେ
ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ,
ଏବେ ବଢ଼ିଲେଣି…
ଇସ୍ ,କେଡେ ଜୀବନ୍ତ !
ମାଟିରେ ଜୀବନ ଅଛି ବୋଲି ତ
ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ ।
ସ୍ୱପ୍ନ ପାଇଁ ଆୟତନ ଲୋଡ଼ା
କୋଉ ଖୁସିରେ ଦେଖିହେଉଛି କି ସ୍ୱପ୍ନ
ଲଗାମ ଯଦି ଉଠନ୍ତା
ଥରେ ଦେଖି ଆସନ୍ତି
କେଉଁଠି ଅଛନ୍ତି ଧର୍ମ ଦେବତା ।
ହୁଅନ୍ତା କି ଏମିତି
ଉଡିବାକୁ ମିଳନ୍ତା ଡେଣାଟିଏ…।
………………………
ଅଧ୍ୟାପିକା, ଓଡ଼ିଆ ବିଭାଗ
ବି.ବି .ମହାବିଦ୍ୟାଳୟ, ବାଇଗଣବାଡ଼ିଆ, ମୟୂରଭଞ୍ଜ
Comments are closed.