Latest Odisha News

BREAKING NEWS

ଭବାନୀପାଟଣାରୁ ଉଦ୍ଧାର ହେଲେ ୨ ଅପହୃତ ନାବାଳକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କରଲପଡା ଥାନା ଅନ୍ତର୍ଗତ ଗୁଡିପଦରା ଗ୍ରାମରୁ ଅପହୃତ ହୋଇଥିବା ୨ ନାବାଳକଙ୍କୁ ମଙ୍ଗଳବାର ରାତିରେ ଚାରବାହାଲ ଗ୍ରାମରୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ଉଭୟ ନାବାଳକ ଗୁଡିପଦରା ଗ୍ରାମର ଏକ ପଡିଆ ନିକଟରେ ଖେଳୁଥିବାବେଳେ କେହି ଦୁବୃର୍ତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଚାରବାହଲ ଗାମରେ ଚଢାଉ କରି ୨ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା ।

ତେବେ ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.