ଭୁବନେଶ୍ୱର: ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ । ଏନେଇ ଆଜି ପ୍ରବାସୀ ଓଡ଼ିଆ ତଥା ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଛି । ଏହାପରେ ଗୃହ ସଚିବ ସଂଜୀବ ଚୋପ୍ରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ସୁଦ୍ଧା କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ୍ ଆସିଛି ।
ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ସେହି ସ୍ଥାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିଲାଗି ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗୃହ ସଚିବ । ସବୁ ଲୋକଙ୍କ ପାଖରେ କିଭଳି ଖାଦ୍ୟ ଓ ଔଷଧ ପହଞ୍ଚିବ, ତା ଉପରେ ମଧ୍ୟ ଗୁରୁତ୍ବ ଦିଆ ଯାଉଥିବା ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ।
ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର୍ ଅଞ୍ଚଳରେ ସବୁଠାରୁ ଅଧିକ ଓଡ଼ିଆ ବାହାରେ ରହିଥିବା ସେ କହିଛନ୍ତି। ସେମାନଙ୍କୁ ଯୋଗାଯୋଗ ଲାଗି ଚେଷ୍ଟା ଚାଲିଛି। ନୋଡାଲ୍ ଅଫିସରମାନେ ସରକାରଙ୍କୁ ଏନେଇ ରିପୋର୍ଟ ଦେଉଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହ ସଚିବ ।
BREAKING NEWS
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
Comments are closed.