ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହୁଛି । ଗତ ୨୪ ଘଣ୍ଟାରେ ୨୦ ଲକ୍ଷ ୬୩ହଜାର ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୫ହଜାର ୫୫୩ ନୂଆ ଆକ୍ରାନ୍ତ । ଏହି ସମୟରେ ଦେଶରୁ କରୋନା ନେଇଛି ଆଉ ୩ହଜାର ୬୪୦ ଜୀବନ । ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି ।
ଦେଶରେ ପଜିଟିଭିଟି ରେଟ୍ ହ୍ରାସ ପାଉଛି । କ୍ରମାଗତ ଷଷ୍ଠ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ କମ୍ ରହିଛି । ଏଣିକି ଦୈନିକ ସୁସ୍ଥ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୨ଲକ୍ଷ ୭୬ହଜାର ୩୦୯ ଆକ୍ରାନ୍ତ । କରୋନା ସୁସ୍ଥହାର ୯୦ ପ୍ରତିଶତରୁ ଅଧିକ ରହିଛି ।
ଦେଶରେ କରୋନାରେ ସଂକ୍ରମିତ ହୋଇଛନ୍ତି ମୋଟ୍ ୨କୋଟି ୭୮ଲକ୍ଷ ୯୪ହଜାର । ସୁସ୍ଥ ହେଲେଣି ୨କୋଟି ୫୪ଲକ୍ଷ ୫୪ହଜାର ଆକ୍ରାନ୍ତ । ମୃତ୍ୟୁସଂଖ୍ୟା ରହିଛି ୩ଲକ୍ଷ ୨୫ହଜାର ୯୭୨ । ଏବେ ଦେଶରେ ୨୧ଲକ୍ଷ ୧୪ହଜାର ୫୦୮ ଆକ୍ଟିଭ୍ କେସ୍ ରହିଛି ।
Comments are closed.