Latest Odisha News

BREAKING NEWS

ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଫାଇନ୍‌, ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ ଆଉ ମାଫ ନାହିଁ । ଗଣିବେ ମୋଟା ଅଙ୍କର ତଣ୍ଡ । ପ୍ରଦୂଷଣକାରୀଙ୍କୁ ଦେବାକୁ ପଡିବ କୋଟିଏ ଟଙ୍କା ଫାଇନ୍ । କେବଳ ସେତିକି ନୁହେଁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ଥିତିରେ ପହଂଚିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଦିଲ୍ଲୀ ଏନ୍‌ସିଆର୍ ଏବଂ ତାର ଆଖପାଖ ଅଂଚଳରେ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ କୋଟିଏ ଟଙ୍କାର ଫାଇନ୍ ସାଙ୍ଗକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ୨୦ ଜଣରୁ ଅଧିକ ସଦସ୍ୟ ବିଶିଷ୍ଟ ପରିବେଶ ପ୍ରଦୂଷଣ ନିିବାରଣ ଏବଂ ନିୟନ୍ତ୍ରଣ କମିଶନ ଗଠନ କରାଯାଇଛି ।

କମିଶନର ସଦସ୍ୟମାନେ ପରସ୍ପର ସହ ଯୋଗାଯୋଗ ରଖି ଗବେଷଣା କରିବେ। ଏଥିସହ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ। ଏଥିସହ ଦିଲ୍ଲୀ-ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି କରୁଥିବା କାର୍ଯ୍ୟକଳାପକୁ ମଧ୍ୟ କମିଶନ ଅସିଦ୍ଧ ଘୋଷଣା କରିପାରିବେ।

ଦିଲ୍ଲୀ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏହି କମିଶନର ସବୁ କମିଟି କାର୍ଯ୍ୟ କରିବେ। କମିଶନ ଓ ସବ କମିଟିରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରତିନିଧି ରହିବେ।

Leave A Reply

Your email address will not be published.