Latest Odisha News

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ’ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ ପ୍ରଶାସନର ଦକ୍ଷତାକୁ ନେଇ ଉଙ୍କି ମାରିଛି ଅସରନ୍ତି ପ୍ରଶ୍ନ ।

ବଲିଆ ଜିଲ୍ଲା ମହାକାରପୁରରେ ସୋମବାର ଚାଲିଥିଲା ବିଜେପି ନେତା ଭାନୁ ଦୁବେଙ୍କ ପୁଅର ଜନ୍ମଦିନ ଉତ୍ସବ । ରାତିରେ ଆୟୋଜିତ ହୋଇଥିବା ରଙ୍ଗାରଙ୍ଗ ଉତ୍ସବରେ ଗୀତ ଗାଇବାକୁ ନିମନ୍ତ୍ରିତ ହୋଇଥିଲେ ଲୋକପ୍ରିୟ ଭୋଜପୁରୀ ଗାୟକ ଗୋଲୁ ରାଜା ଓ ଗାୟୀକା ନିଶା ଉପାଧ୍ୟାୟ । ହେଲେ ଏତିକିବେଳେ ଗୋଲୁ ରାଜାଙ୍କୁ ହୋଇଥିଲା ଗୁଳିମାଡ । ବାହୁ ଚିରି ଛାତିରେ ବାଜିଥିଲା ଗୁଳି ।

ଗୁରୁତର ଅବସ୍ଥାରେ ଗାୟକ ଗୋଲୁ ରାଜାଙ୍କୁ ପ୍ରଥମେ ବକ୍ସର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ବାରଣାସୀ ସ୍ଥାନାନ୍ତରିତ କରାଯାଇଛି ।

ବିନା ଅନୁମତିରେ ଉତ୍ସବ ଆୟୋଜନ ଓ କରୋନା ନିଷେଧାଦେଶ ଭାଙ୍ଗିବା ଅଭିଯୋଗରେ ପୋଲିସ ନିଜ ଆଡୁ ବିଜେପି ନେତା ଭାନୁ ଦୁବେଙ୍କ ବିରୋଧରେ ମାମଲା ରୁଜୁ କରିଛି । ଜନ୍ମଦିନ ଉତ୍ସବରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଥିବାବେଳେ ବିଜେପି ନେତାଙ୍କୁ ଗିରଫ କରାଯାଇନି ।

Leave A Reply

Your email address will not be published.