Latest Odisha News

BREAKING NEWS

ଗୋଷ୍ଠୀ ସଂଘର୍ଷ ନେଲା ଜୀବନ: ମାଆ ମୃତ, ବାପା ଓ ପୁଅ ଗୁରୁତର

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ହେଲେ ଗାଁର ଶିବ ମହାଳିକଙ୍କ ପତ୍ନୀ ବିନି ମହାଳିକ ।

ଅନ୍ୟ ଗୋଷ୍ଠୀର ଆକ୍ରାମଣରେ ଆହତ ହୋଇଛନ୍ତି ଶିବ ଓ ତାଙ୍କ ପୁଅ ଆଲୋକ ମହାଳିକ । ସେମାନଙ୍କୁ ପ୍ରଥମେ ନରସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ, ଆଲୋକ ମହାଳିକଙ୍କର କୌଣସି କଥାକୁ ନେଇ ଗାଁର ବାଦଲ ମହାଳିକଙ୍କ ସହ ବଚସା ହୋଇଥିଲା । ଏହି ଘଟଣା ପରେ ବାଦଲଙ୍କ ପରିବାର ଲୋକ ମିଶି ଆଲୋକ ସମେତ ତାଙ୍କ ବାପା  ଓ ମାଆଙ୍କୁ ଖଣ୍ଡା ଓ ଭୂଜାଲିରେ ଆକ୍ରମଣ କରିଥିଲେ ।

ଏହି ଘଟଣା ପରେ ଆକ୍ରମଣକାରୀ ଗାଁରୁ ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ଅଛନ୍ତି ।

Leave A Reply

Your email address will not be published.