Latest Odisha News

BREAKING NEWS

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆଜି ୟୁଏନଏସସିରେ ଅଧ୍ୟକ୍ଷତା କରିବେ ମୋଦୀ

ନୂଆଦିଲ୍ଲୀ: ସୋମବାର ଡିଜିଟାଲ ମାଧ୍ୟମରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଡିବେଟ୍‌ରେ ଅଧ୍ୟକ୍ଷତା କରିବେ। ଆଲୋଚନାର ବିଷୟବସ୍ତୁ ହେଉଛି ‘ସାମୁଦ୍ରିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା: ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା’।

ପିଏମଓ ଅନୁଯାୟୀ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଖୋଲା ଆଲୋଚନାରେ ଅଧ୍ୟକ୍ଷତା କରିଥିବା ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ। ସାମୁଦ୍ରିକ ଅପରାଧ ଏବଂ ଅସୁରକ୍ଷିତତାକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିବା ଏବଂ ସାମୁଦ୍ରିକ ଡୋମେନରେ ସମନ୍ୱୟକୁ ମଜବୁତ କରିବାର ଉପାୟ ଉପରେ ଆଲୋଚନା ହେବ।

Leave A Reply

Your email address will not be published.