Latest Odisha News

BREAKING NEWS

ରେଲୱେ ଷ୍ଟେସନର ଛାତ ଭୁଶୁଡିବାରୁ ଜଣେ ମୃତ ଓ ଅନେକ ଆହତ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନର ଗୋଟିଏ ପାଖ ଅଂଶ ତଥା ଛାତ ଭୁଶୁଡିଯିବାରୁ ୬ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଗତକାଲି ରାତି ସମୟରେ କୌଣସି କାରଣବଶତଃ ଉକ୍ତ ରେଳ ଷ୍ଟେସନର ଗୋଟିଏ ଅଂଶଟି ଭୁଷୁଡି ପଡିଥିଲା । ଏହାର ପ୍ରବେଶ ଦ୍ୱାର ନିକଯରେ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଭାଗ୍ୟବଶତଃ ଛାତ ନିକଟରେ ଥିବା କାନ୍ଥର କିଛଇ ଅଂଶ ଅଚାନକ ଧସିଯାଇଥିଲା । ଫଳରେ ପାଖାପାଖି ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ ।

ପରେ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ତେବେ ଏହି ଘଟଣାର ସମୀକ୍ଷା କରିବା ଲାଗି ୩ ଜଣ ସଦସ୍ୟଙ୍କୁ ଏକ ଟିମ୍ ମଧ୍ୟ ଗଠନ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.