Latest Odisha News

BREAKING NEWS

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ଟକ୍କର; କମବ୍ୟାକ୍ କଲେ ବୁମରାହ

ଗୌହାଟୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି ।

ଏହି ମ୍ୟାଚ୍ ଗୌହାଟୀର ବରସରପରା ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି ।

ଆଘାତ ଜନିତ କାରଣରୁ ବିଶ୍ରାମରେ ଥିବା ଯଶପ୍ରିତ ବୁମରା ଏହି ମ୍ୟାଚରେ କମବ୍ୟାକ୍ କରୁଛନ୍ତି । ଏଥିସହିତ ଟିମ୍ ଇଣ୍ଡିଆର ୨ ଯୁବ ତାରକା ଶାର୍ଦ୍ଦୁଲ ଠାକୁର ଓ ନଗଦୀପ ସଇନିଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେପଟେ ମ୍ୟାଚ୍ ଆରମ୍ଭରୁ କ୍ୟାପଟେନ୍ କୋହଲିଙ୍କ କାଣି ଆଙ୍ଗୁଠିରେ ସାମାନ୍ୟ ଆଘାତ ଲାଗିଥିବାବେଳେ ଏହା ଦଳର ମନୋବଳକୁ ଏତେଟା ପ୍ରଭାବିତ କରିବ ନାହିଁ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ୍, ଶ୍ରେୟସ ଅୟର୍, ରବିନ୍ଦ୍ର ଜାଡେଜା, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର, ଲୋକେଶ ରାହୁଲ୍, ଋଷଭ ପନ୍ତ୍, ସଞ୍ଜୁ ସାମସନ୍, ଯଶପ୍ରିତ ବୁମରାହ, ଯୁଜବେନ୍ଦ୍ର ଚହଲ, ନବଦୀପ ସୋନି।

Leave A Reply

Your email address will not be published.