Latest Odisha News

BREAKING NEWS

ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦଯାପିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଉଦଯାପନୀ ଉତ୍ସବର ପ୍ରଥମ ସୋପାନରେ ‘ଗୋଟିପୁଅ ନୃତ୍ୟ ଓ ଗୁରୁକୁଳର ବର୍ତ୍ତମାନ ଓ ଭବିଷ୍ୟତ ସ୍ଥିତି’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଉକ୍ତ ଆଲୋଚନା ଚକ୍ରରେ ବକ୍ତା ଭାବରେ ଚିତ୍ତରଂଜନ ମଲିଆ, ବିଶିଷ୍ଟ ନୃତ୍ୟ ଗବେଷକ କେଦାର ମିଶ୍ର, ବିଶିଷ୍ଟ ନୃତ୍ୟ ସମାଲୋଚକ ଏବଂ ତାଙ୍କ ସହିତ ବହୁ ବରିଷ୍ଠ ଗୋଟିପୁଅ ନୃତ୍ୟ ଗୁରୁ ଅଂଶଗ୍ରହଣ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ସ୍ୱାତିଶ୍ରୀ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିଷଦ, ପୁରୀ,  ମା’ ସନ୍ତୋଷୀ ଗୋଟିପୁଅ, ପୁରୀ, ଶିବ ପାର୍ବତୀ ଗୋଟିପୁଅ, ପୁରୀ, ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ପୁରୀ; ମୂର୍ଚ୍ଛନା, ଖୋର୍ଦ୍ଧା; ଚନ୍ଦ୍ରଶେଖର ଗୋଟିପୁଅ କଳାସଂସଦ, ଡିମିରିସେନା, ବ୍ରହ୍ମଗିରି; ନୀଳକଣ୍ଠେଶ୍ୱର ଗୋଟିପୁଅ ଗୁରୁକୁଳ, ବ୍ରହ୍ମଗିରି, ପୁରୀ ଏବଂ ନାରାୟଣୀ ଗୋଟିପୁଅ ଗୁରୁକୁଳ, ବାଲିପାଟଣା, ଖୋର୍ଦ୍ଧା ଆଦି ସଙ୍ଗଠନ ପୃଥକ୍ ପୃଥକ୍ ଭାବରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହି ଉତ୍ସବକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ।

 

 

 

 

Leave A Reply

Your email address will not be published.