Latest Odisha News

BREAKING NEWS

ଏହି ଫଳର କେବଳ ମଞ୍ଜି ନୁହେଁ, ଚୋପାରେ ମଧ୍ୟ ରହିଛି ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପୋଷକ ତତ୍ତ୍ୱରେ ଭରପୁର ଡାଳିମ୍ବ ଶରୀର ପାଇଁ ବହୁ ମାତ୍ରାରେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଶରୀରରେ ରକ୍ତର ମାତ୍ରା ବଢାଇବା ପାଇଁ ଡାଳିମ୍ବ ରାମବାଣ ସଦୃଶ୍ୟ । ଡାଳିମ୍ବର ମଞ୍ଜି ଠାରୁ ଆରମ୍ଭ କରି ତା’ର ଚୋପା ପର୍ଯ୍ୟନ୍ତ ସବୁଥିରୁ ଶରୀରକୁ ପୋଷକ ତତ୍ତ୍ଵ ମିଳିଥାଏ । ଡାଳିମ୍ବ ଚୋପାରେ ଭିଟାମିନ୍ କେ, ଭିଟାମିନ୍ ବି, ଭିଟାମିନ୍ ଏ, ଭିଟାମିନ୍ ଡି, କ୍ୟାଲସିୟମ୍, ପୋଟାସିୟମ୍, ଜିଙ୍କ୍, ଓମେଗା ଫ୍ୟାଟି ଏସିଡ୍, ଫାଇବର ଓ ପ୍ରୋଟିନ୍ ମଧ୍ୟ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଆଣିଥାଏ। ତେବେ ଆସନ୍ତୁ ଜାଣିବା ଡାଳିମ୍ବ ଚୋପାରେ ଥିବା ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ…

ଡାଳିମ୍ବ ଚୋପା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପରିମାଣ ଭରପୁର ପରିମାଣରେ ଥାଏ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର ହୋଇଥାଏ । ଏହା ଆପଣଙ୍କୁ ହୃଦ୍‌ଜନିତ ରୋଗ ତଥା ହୃଦରୋଗରୁ ରକ୍ଷା କରିଥାଏ । ଡାଳିମ୍ବ ଚୋପା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମିଯାଏ । ଏହା ଉଭୟ ଅକ୍ସିଡେଟିଭ୍ ଚାପ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଡାଳିମ୍ବ ଚୋପା ସୂର୍ଯ୍ୟ-ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ । ଏହା ଆପଣଙ୍କ ଚର୍ମକୁ କ୍ଷତିକାରକ UVA କିରଣରୁ ରକ୍ଷା କରନ୍ତି ଏହାଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମିଯାଏ । ଏହାର ଚୋପା କୁ ବ୍ୟବହାର କଲେ ସନ ଟ୍ୟାନକୁ ମଧ୍ୟ ଅପସାରଣ କରିଥାଏ ।

Leave A Reply

Your email address will not be published.