ନୂଆଦିଲ୍ଲୀ: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି । ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ରହିଥାଏ । ଯେପରିକି କଳା, ବାଦାମୀ, ନାଲି ଏବଂ ସବୁଜ । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ । ଶାକାହାରୀ ଅର୍ଥାତ୍ ଯେଉଁମାନେ ମାଛ, ମାଂସ, ଅଣ୍ଡା ଆଦି ଖାଆନ୍ତି ନାହିଁ । ସେମାନଙ୍କ ପାଇଁ ମସୁର ଡାକି ଏକ ଭଲ ବିକଳ୍ପ । ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟକୁ କିଭଳି ଲାଭ ମିଳିଥାଏ । ମସୁର ଡାଲିରେ ପ୍ରୋଟିନ୍ ଅଧିକ ମାତ୍ରାରେ ରହିଥାଏ । ଗୋଟିଏ କପ୍ ମସୁର ଡାଲିରେ ପ୍ରାୟ ୧୮ ଗ୍ରାମ୍ ପ୍ରୋଟିନ୍ ଥାଏ ।
ଏଥିରେ ଫାଇବରର ପରିମାଣ ଅଧିକ ରହିଥାଏ । ପ୍ରାୟ ୧୫ ଗ୍ରାମ ଫାଇବର ଥାଏ । ଯାହାକି ହଜମ ଏବଂ କୋଷ୍ଠ କାଠିନ୍ୟ ଦୂର କରିବାରେ ସହାୟକ ହୁଏ । ମସୁର ଡାଲିରେ ଫାଇବର , ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ପରି ପୋଷକ ତତ୍ତ୍ବ ରହିଥାଏ । ଯାହା ହାର୍ଟ ପାଇଁ ବେଶ୍ ଉପକାରୀ । ଏହା ରକ୍ତଚାପକୁ କମ୍ କରିବା ସହ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ ଏବଂ ହାର୍ଟ ଆଟାକ୍ ଆଶଙ୍କାକୁ ହ୍ରାସ କରିବାରେ ସହାୟକ ହୁଏ । ମସୁର ଡାଲିରେ ଯେହେତୁ ଅଧିକ ମାତ୍ରାରେ ଫାଇବର ଥାଏ , ଏଥିଲାଗି ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।
Comments are closed.