Latest Odisha News

BREAKING NEWS

ଏକ୍ସରେ ବର୍ଷାଙ୍କୁ ନେଇ ଭାବବିହ୍ୱଳ ହେଲେ ଅନୁଭବ: କହିଲେ, ‘ମୁଁ ତୁମକୁ ହୃଦୟରୁ ଭଲ ପାଏ…’

ଭୁବନେଶ୍ୱର: ବର୍ଷାଙ୍କୁ ନେଇ ଭାବପ୍ରବଣ ଟୁଇଟ କଲେ ଅନୁଭବ । ପୁଣି ନିଜର ଭଲ ପାଇବାକୁ ଜାହିର କଲେ । ବୈବାହିକ ଜୀବନ ସଫଳ ହୋଇ ପାରିଲାନି । ପତି-ପତ୍ନୀ ହୋଇ ରହି ପାରିଲେନି । ହେଲେ ଭଲ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ । ଆଜି ଏମିତି ଟୁଇଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ।

ଆଜି ନିଜ ଏକ୍ସରେ ବାହାଘର ସମୟର ଏକ ଫଟୋ ସେୟାର କରି ବର୍ଷାଙ୍କ ଉଦ୍ଦେଶ୍ୟ ଏକ ବାର୍ତ୍ତା ଦେଇଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାଗ କରି ସେ ଲେଖିଛନ୍ତି, ମୁଁ ତୁମକୁ ହଦୟରୁ ଭଲ ପାଏ । କାରଣ ଯାହା ବି ହେଉନା କାହିଁକି ଆମର ବିବାହ ବିଫଳ ହେଲା । ହେଲେ ଡିଭୋର୍ସ ପରେ ଆମେ କ’ଣ ଭଲ ବନ୍ଧୁ ହୋଇ ରହି ପାରିବାନି ? ମୁଁ ଚାହେଁନି ଆମର ବିଚ୍ଛେଦ ଏତେ ଖରାପ ଭାବେ ହେଉ । ଯଦି ଆମର ଅଲଗା ହେବା ନିଶ୍ଚତ ତେବେ ସମ୍ମାନଜନକ ଭାବେ କାହିଁକି କରିବାନି ? ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।

ଏହି ଲେଖାକୁ ସେ ବର୍ଷାଙ୍କୁ ଟାଗ କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ନମସ୍କାର ଇମୋଜି ଦେଇଛନ୍ତି । ଏଥିସହିତ ଏହାର ଉତ୍ତର ଶୀଘ୍ର ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ପାରିବାରିକ ବିବାଦକୁ ନେଇ ଅନୁଭବ-ବର୍ଷା ବେଶ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି । ଅନେକ ସମୟରେ ଅନୁଭବ ସୋସିଆଲ ମିଡିଆରେ ଏପରି ପୋଷ୍ଟ କରିଥାନ୍ତି ଯାହାକୁ ନେଇ ଉଭୟେ ମୁହାଁମୁହିଁ ହୋଇଥାନ୍ତି । ଅନୁଭବଙ୍କର ଆଜି ଏହି ପୋଷ୍ଟଟି ମଧ୍ୟ ବେଶ ଚର୍ଚ୍ଚାକୁ ଆସିଛି  । ତେବେ ଏ ନେଇ ବର୍ଷା ପ୍ରିୟଦର୍ଶିନୀ କୌଣସି ଉତ୍ତର ରଖି ନାହାନ୍ତି ।

Leave A Reply

Your email address will not be published.