Latest Odisha News

BREAKING NEWS

ଭାଷା ଭାଗବତ : ଜୀବଂତ ଗ୍ରଂଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଜୀବଂତ ଗ୍ରଂଥ ‘ଭାଗବତ’
ଶୁଣିଲେ ମନ ହୁଏ ତୃପ୍ତ
ନୁହେ କେବେ ବି କ୍ଳାଂତିକର
ସର୍ବଦା ହୁଏ ହିତକର

ଜାତିର ସାଥୀ ଏହି ବହି
ନ ଥିବା ଭଳି ଘର ନାହିଁ
ପ୍ରତ୍ୟହ ହେଉଛି ପଠିତ
ଏହା ହିଁ ଏହାର ମହତ୍ତ୍ବ

ନବାକ୍ଷରୀ ଏ ସବୁ ପଂକ୍ତି
ସର୍ବଦା ଭରସା ଦିଅଂତି
ଏହି ଭାଷାର ଅଛି ଶକ୍ତି
ଦେଉଛି ନିରଂତର ଶାଂତି

ଭାଷା ସରଳ, ଶୁଦ୍ଧ ଭାବ
ହେଲେ ହିଁ ହଟିବ ଅଭାବ
ସାହିତ୍ୟ ହୋଇ ଦୀର୍ଘସ୍ଥାୟୀ
ଚଳେ ସ୍ବଭାବ ଅନୁଯାୟୀ

ବ୍ୟକ୍ତିକୁ ବିଶ୍ବ ସହ ଯୋଡ଼ି
ଏ ଗ୍ରଂଥ ପାରେ ଊର୍ଧ୍ବେ ଉଡ଼ି
ଉଦାରତାର ଉପାସକ
ହୁଅଂତି ଏଠି ବହୁ ଲୋକ

ବିରଳ ଗ୍ରହଣଶୀଳତା
‘ଭାଗବତ’ର ସାରବତ୍ତା
କରଇ ସତ୍ୟ ପ୍ରକଟିତ
କରେ ଅଶେଷ ଜନହିତ

ଏ ଭଳି ଗ୍ରଂଥଟିଏ ପାଇ
ଓଡ଼ିଆ ଲୋକ ଧନ୍ୟ ହୋଇ
କରଂତି ‘ଭାଗବତ’ ପୂଜା
ଉଡ଼ାଂତି ସ୍ବଭାଷାର ଧ୍ବଜା

Leave A Reply

Your email address will not be published.