Latest Odisha News

BREAKING NEWS

କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ନକ୍ସଲ, ଜଣେ ନକ୍ସଲ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବିରୀକିଆ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲ । ଉଭୟଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି । ସେହିପରି ମାଓବାଦୀଙ୍କ ଗୁଳିରେ ଜଣେ ଡିଭିଏଫ୍ ଯବାନ୍ ଆହତ ହୋଇଛନ୍ତି । ଯବାନଙ୍କ ବାମ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି ।

ସୂଚନା ଅନୁସାରେ, ଗତ କାଲି ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟବର୍ତ୍ତୀ କାମେରିକିଆ ଜଙ୍ଗଲରେ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀ ମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଏହାର ପ୍ରତି ଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚାଳନା କରିଥିଲେ । କିଛି ସମୟ ଧରି ଉଭୟ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିବା ବେଳେ ମାଇବାଦୀଙ୍କ ଗୁଳିରେ ଜଣେ ଡିଭିଏଫ୍ ଯବାନ୍ ଆହତ ହୋଇଛନ୍ତି । ଯବାନଙ୍କ ବାମ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି । ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତ ଦେହ ମିଳିଥିବା ବେଳେ ଅନେକ ମାଓବାଦୀ ସରଞ୍ଜାମ ଜବତ କରିଛି ପୋଲିସ । ବର୍ତମାନ ଉକ୍ତ ଅଂଚଳରେ କମ୍ବିଂ ଅପରେସନ ଜାରୀ ରହିଥିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ।

ସୂଚନାଯୋଗ୍ୟ ଯେ, ନିହତ ହୋଇଥିବା ମାଓବାଦୀ ଜଣଙ୍କ ଛତିଶଗଡର କେକେବିଏନ୍ ଡିଭିଜନର ଜଣେ ଡିସିଏମ୍ ସଦସ୍ୟ ବୋଲି ଜଣାପଡିଛି । ତାଙ୍କ ନାଁ ଦାସ୍ରୁ । ଏହି ହାର୍ଡକୋର୍ ମାଓବାଦୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ୫ଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ସେ ଅନେକ ସାଧାରଣ ନାଗରିକଙ୍କ ହତ୍ୟା, ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଏବଂ ଅଗ୍ନିକାଣ୍ଡ ଘଟଣାରେ ଜଡିତ ରହିଥିବା ନେଇ ସୂଚନା ମିଳିଛି ।

 

Leave A Reply

Your email address will not be published.