Latest Odisha News

BREAKING NEWS

ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ୧୫୦ ପାର କଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪, ପୁରୀରୁ ୩ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି ।

ସେହିପରି ସୁନ୍ଦରଗଡ଼, ସମ୍ୱଲପୁର, କଟକ ଜିଲ୍ଲାରୁ ଆଉ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରନା ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି । ସମସ୍ତ ମୃତକ ପୁରୁଷ ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଲେଣି । କଟକରେ ୧୪, ସୁନ୍ଦରଗଡ଼ରେ ୨୧, ପୁରୀରେ କରୋନା ନେଲାଣି ୮ ଜୀବନ । ସମ୍ୱଲପୁର କରୋନା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.