Latest Odisha News

BREAKING NEWS

ଅଫିସିଆଲ ଭାବେ କୋଙ୍କଣା-ରଣବୀରଙ୍କ ବିବାହ ବିଚ୍ଛେଦ ଘଟିଲା

ମୁମ୍ବାଇ: ଦୀର୍ଘ ଦିନ ଆଇନଗତ ଲଢ଼େଇ ପରେ ଶୁକ୍ରବାର ଅଫିସିଆଲ ଭାବେ କୋଙ୍କଣା ସେନ୍ ଓ ରଣବୀର ଶୋରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ୨୦୧୦ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ଆଜି ଆଇନଗତ ଭାବେ ପରସ୍ପରକୁ ଶାନ୍ତିପୂର୍ଣ୍ଣ ଭାବେ ଛାଡ଼ପତ୍ର ଦେଇଛନ୍ତି । କୋର୍ଟ ଗୃହରେ ବସିଥିବା ବେଳେ କେହି କାହାକୁ ଦୋଷାରୋପ, ଅପମାନ କିମ୍ବା ଗାଳିଗୁଲଜ କରିନଥିଲେ । ଉଭୟ ଚୁପ୍‌ଚାପ୍ ନିଜ ପକ୍ଷ ରଖି ଘରକୁ ଫେରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୧୦ ମସିହା‌ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତି ୫ବର୍ଷ ହେଲା ଅଲଗା ରହି ଆସୁଥିଲେ । ଦୁଇ ମାସ ତଳେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ଥିଲା । କିନ୍ତୁ କିଛି ଅସୁବିଧା ପାଇଁ ପ୍ରକ୍ରିୟା ବିଳମ୍ବ ହୋଇଥିଲା । ଏବେ ସେମାନଙ୍କ ଛାଡ଼ପତ୍ର ମଞ୍ଜୁର ହୋଇଛି

Leave A Reply

Your email address will not be published.